ଜୟପୁରକାଟେଣୀ ଗାଁରେ ଅଲେଖ ମହିମାଙ୍କ ନୂତନ ଟୁଙ୍ଗି ପ୍ରତିଷ୍ଠା
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରକାଟେଣୀ ଗାଁ ଠାରେ ମହିମା ଗୋସାଇଁଙ୍କ ଅଲେଖ ମହିମା ଟୁଙ୍ଗି ପ୍ରତିଷ୍ଠା ହୋଇଅଛି. ବାବା ବିଜୟଦାସଙ୍କ ତତ୍ଵାବଧାନରେ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋରନ୍ଦା ଗାଦିର ମୁଖ୍ୟ ବ୍ରହ୍ମ ଅବଧୂତ ଶୁକ ବାବା . ପ୍ରଶ୍ନ ବାବା ପ୍ରଭାସ ବାବା ଗୌତମ ବାବା ତାରେକେଶ୍ୱର ବାବା ଯୋଗଦାନ କରି ମହିମା ଟୁଙ୍ଗୀର ଶୁଭ ଉଦଘାଟନ କରିଛନ୍ତି.ଅଲେଖ ଧର୍ମର ସାଧୁ ମହିମା ଗୋସାଇଙ୍କ ନୀତି ଆଦର୍ଶ ଅନୁଶାସନ ଗୁଡିକ ଟୁଙ୍ଗୀର ଅନୁଗାମୀ ମାନଙ୍କୁବ୍ରହ୍ମ ଅବଧୂତ ଶୁକ ବାବା ବିସ୍ତୃତ ଭାବେ ଆଲୋଚନା କରିଥିଲେ. ଗାଁ ଠାରୁ ଆରମ୍ଭ କରି ଜାତି ସଂଘ ପର୍ଯ୍ୟନ୍ତ ଆଜି ବି ଲିପିବଦ୍ଧ ହୋଇରହିଛି ଅଲେଖ ମହିମା ଧର୍ମର ସର୍ବଶ୍ରେଷ୍ଠ ନିଦର୍ଶନ. ତେବେ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମହିମା ଧର୍ମର ଵିଧି ନୀତି ସହ ଯଂଜ୍ଞ ଆଦି କାର୍ଯ୍ୟକ୍ରମ ମହା ଆଡମ୍ବରରେ କରାଯାଇଥିଲା. ଏଥିରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ଥିଲେ ଆଖପାଖ ଅଂଚଳରୁ ଶତାଧିକ ମହିମା ଧର୍ମର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମକୁ ଟୁଙ୍ଗୀର ସମସ୍ତ ସାଧୁ ସନ୍ଥ ଏବଂ ଗ୍ରାମବାସି ମାନେ ସହଯୋଗ କରିଥିଲେ ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା.
