Slug- ବିନା ଅନୁମତିରେ ଚାଲିଛି ହେଲ୍ଥ କ୍ୟାମ୍ପ।
(ସୁକୁମାର ମଣ୍ଡଳ)
Anchor – ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ ପି ଭି ୬୫ ଗ୍ରାମରେ ବିନା ଅନୁମତିରେ ଚାଲିଛି ହେଲ୍ଥ କ୍ୟାମ୍ପ। ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଆମେ ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିଲୁ ଯେ ଅଭିଜିତ ବାଲା ନାମକ ଜଣେ ବ୍ୟକ୍ତି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କିଛି ପ୍ରାଇଭେଟ୍ ମେଡିକାଲର ଡାକ୍ତର ମାନଙ୍କୁ ନେଇ ଏକ ହେଲ୍ଥ କ୍ୟାମ୍ପର ଆୟୋଜନ କରିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ହେଲ୍ଥ କ୍ୟାମ୍ପଟି ସରକାରଙ୍କ ବିନା ଅନୁମତିରେ ଆୟୋଜନ କରାଯାଇଥିଲା। ଯେଉଁଠି କି ରୋଗୀ ମାନଙ୍କ ସୁବିଧା ପାଇଁ ନ ଥିଲା କୌଣସି ଆୟୋଜନ କିମ୍ବା ନ ଥିଲା କୌଣସି ପୋଲିସ ପ୍ରଟାକସନ। ଏଇଠି ଗୋଟିଏ ପ୍ରଶ୍ନ ଆସୁଛି, ଯଦି କୌଣସି ରୋଗୀର ଖରାପ କିଛି ହୋଇଯାଏ, ତେବେ ତାହାର ଦାୟିତ୍ୱ ନେବ କିଏ।ଆମମାନଙ୍କ ପାଖରେ ଆହୁରି ଖବର ଥିଲା ଯେ ଏହି ଡାକ୍ତରିଦଳ ବିନା ମୂଲ୍ୟରେ ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ବେଳେ ଚେକ୍ କରିବା ବାହାନାରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଚିକିତ୍ସାଳୟକୁ ନେଇ ଆୟୁଷ୍ମାନ ସ୍ୱାସ୍ଥ୍ୟ ବିମା କାର୍ଡରୁ ମୋଟା ଅଙ୍କର ଅର୍ଥ ହଡ଼ପ କରୁଛନ୍ତି। ଏହା ବିଷୟରେ ଆମ ଟିମ୍ ହେଲ୍ଥ କ୍ୟାମ୍ପ ଆୟୋଜିତ କରିଥିବା ବ୍ୟକ୍ତି ଅଭିଜିତ ବାଲାକୁ ପଚାରିବାରୁ କହିଥିଲେ ଯେ ଏହି ହେଲ୍ଥ କ୍ୟାମ୍ପ ଆୟୋଜନ କରିବା ପାଇଁ ସେ କୌଣସି ସରକାରୀ ଅନୁମତି ନେଇ ନାହାନ୍ତି। କିନ୍ତୁ ବିଜେପିର ଭାଇସ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ଭବାନୀ ଶଙ୍କର ମୂଖାର୍ଜୀ ଅନୁମତି ପ୍ରଦାନ କରିବାରୁ ସେ ଏହି ହେଲ୍ଥ କ୍ୟାମ୍ପର ଆୟୋଜନ କରିଛନ୍ତି ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି।ଆୟୁଷ୍ମାନ କାର୍ଡ ବିଷୟରେ ପଚାରିବାରୁ ସେ ଏହାକୁ ସଂପୂର୍ଣ୍ଣ ଅସ୍ବିକାର କରିଥିଲେ।ଏହି ହେଲ୍ଥ କ୍ୟାମ୍ପ ବିଷୟରେ ଆମେ ମାଲକାନଗିରି ଜିଲ୍ଲାପାଳ ସାରଙ୍କୁ ପଚାରିବାରୁ କହିଥିଲେ ଯେ ତା ପାଖରେ ଏହି ହେଲ୍ଥ କ୍ୟାମ୍ପ ବିଷୟରେ କୌଣସି ସୂଚନା ନାହିଁ। ଯଦି କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ସରକାରୀ ନିୟମ ଅନୁସରଣ କରି ଏହା କରିଥାଏ, ତେବେ ତାହା ସ୍ବାଗତଯୋଗ୍ୟ। କିନ୍ତୁ ଯଦି ସରକାରଙ୍କ ବିନା ଅନୁମତିରେ ଏହିପରି ହେଲ୍ଥ କ୍ୟାମ୍ପ ଆୟୋଜିତ ହୋଇଥାଏ ତେବେ ହେଲ୍ଥ କ୍ୟାମ୍ପ ଆୟୋଜିତ କରିଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ହେବା ପରେ ପ୍ରସାଶନ କିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି।
