ସୁପ୍ରଭା ଗୁରୁକୁଳରେ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ
ବାରିପଦା, :ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ବୁଢ଼ାବଳଙ୍ଗ ନଦୀ କୂଳରେ ଅବସ୍ଥିତ “ସୁପ୍ରଭା ଗୁରୁକୁଳ”ରେ ଆଜି ଏକ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ୨୦୨୨ ମସିହାରୁ ଶିକ୍ଷା ସହ ଚରିତ୍ର ଗଠନକୁ ପ୍ରାଧାନ୍ୟ ଦେଇ ଗଢ଼ିଉଠିଥିବା ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ନୈତିକତା ଓ ପାରିବାରିକ ଆତ୍ମୀୟତା ବୃଦ୍ଧିରେ ବିଶେଷ ଭୂମିକା ନିଭାଇଆସୁଛି।+୨ ପରୀକ୍ଷା ଶେଷ ପରେ କନିଷ୍ଠ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜ୍ୟେଷ୍ଠ ଭାଇଭଉଣୀମାନଙ୍କ ପାଇଁ ଏହି ରୁଚିକର ବିଦାୟ ସମ୍ବର୍ଦ୍ଧନା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗୁରୁଜନମାନଙ୍କୁ ସମ୍ମାନ ଜଣାଇବା ସହ ବିଦାୟ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ବେଚ୍ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନର ଅଧ୍ୟକ୍ଷ ଶୁଭମ କୁମାର କର ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଉଚ୍ଚ ଲକ୍ଷ୍ୟ ଧାରଣ କରି ଭଲ ମଣିଷ ହେବା ପାଇଁ ପ୍ରେରଣାଦାୟକ ଉପଦେଶ ଦେଇଥିଲେ।କଳା ବିଭାଗରେ ଟପ୍ପର ହୋଇଥିବା ଭାଗ୍ୟଶ୍ରୀ ପତ୍ର ଓ ବିଜ୍ଞାନ ବିଭାଗରେ ଶ୍ରେଷ୍ଠତା ଅର୍ଜନ କରିଥିବା ସ୍ତୁତି ମଝିଙ୍କୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଥିଲେ। ଏହା ସହ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ନୃତ୍ୟ ପରିବେଶନ କରି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗିନ କରିଥିଲେ।ସହରର ଦୁର୍ଗା ହୋଟେଲ ସମ୍ମୁଖରେ ଅବସ୍ଥିତ ଏହି ଅନୁଷ୍ଠାନରେ ଦେଖାଯାଇଥିବା ପାରିବାରିକ ସମ୍ପର୍କ ଓ ଆତ୍ମୀୟତାର ପରିବେଶ ସମସ୍ତଙ୍କ ମନକୁ ଛୁଇଁଯାଇଥିଲା। ଅନୁଷ୍ଠାନର ସୁନ୍ଦର ପରିବେଶ ଗଢ଼ି ତୋଳିବାରେ ଶିକ୍ଷକ ଓ କର୍ମକର୍ତ୍ତାମାନଙ୍କ ଭୂମିକାକୁ ଅଭିଭାବକମାନେ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସୃଷ୍ଟିଧର ପୃଷ୍ଟି, ସନ୍ତୋଷ ବାରିକ, ବିକାଶ ଚନ୍ଦ୍ର ଧୁନ୍ଦିଆ, ଆକାଶ ବାରିକ, ବାପୁନ ମହାନ୍ତ, ତପସ୍ୱିନୀ ଭୋଇ, ଇତିଶ୍ରୀ ବାରିକ ଓ ଉତ୍ତମ ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ।
