ଝଡ଼ ତୋଫାନ ରେ ଧନୁଯାତ୍ରା ତୋରଣ ଧରାଶାୟୀ
ନିମ୍ନ ମାନର କାମକୁ ନେଇ ଥାନାରେ ଏତଲା
ବରଗଡ଼: ୨୫.୦୫(ନି ପ୍ର) ଆଜି ଅପରାହ୍ନରେ ଅଦିନିଆ କାଳବୈଶାଖୀ ଯୋଗୁଁ ବରଗଡ଼ ସହରରେ ନାହିଁନଥିବା କ୍ଷତି ଘଟିଥିବା ବେଳେ ଥାନା ଛକରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିମ୍ନ ମାନର କାମ ଯୋଗୁଁ ବିରାଟ ଧନୁଯାତ୍ରା ଗେଟ୍ ଧରାଶାୟୀ ହୋଇ ଯାଇଛି । ଏଥିରେ ଦୁଇଜଣ ବ୍ୟକ୍ତି ସଙ୍କଟାପନ୍ନ ଥିବା ବେଳେ ଅନେକ ଗାଡ଼ି ମଟର ଭାଙ୍ଗି ରୁଜି ଯାଇଛି । ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅରୁଣ ପାଣ୍ଡେ ଙ୍କୁ ଦାୟି କରି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଏତଲା ଦେବା ସହିତ ପୌରପରିଷଦ ର ବିନା ଅନୁମତିରେ ନିର୍ମାଣ ହୋଇଥିବା ତୋରଣ ପାଇଁ ଆଉ କିଏ କିଏ ସଂଶ୍ଳିଷ୍ଟ ଅଛନ୍ତି ଅନୁସନ୍ଧାନ କରିବାକୁ ଦାବି କରିଛନ୍ତି ।
