କାମାକ୍ଷାନଗରରେ ସହକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସ୍ଥାପନ ଦାବି
କାମାକ୍ଷାନଗର, କାମାକ୍ଷାନଗର ଉପଖଣ୍ଡର ଚାରିଗୋଟି ବ୍ଲକ ର ବହୁ ଯାନବାହାନ ବଢ଼ି ଚାଲିଥିବା ବେଳେ ଏହାର କାଗଜାତ ସକାଶେ ଢେଙ୍କାନାଳ ଯିବାକୁ ହୋଇଥାଏ l ବିଭିର୍ନ୍ନ ଯାନ ର କାଗଜାତ ସହିତ ଚାଳକ ର ଲାଇସେନ୍ସ ସକାଶେ ଯାଉଥିବା ବ୍ୟକ୍ତି ବିଶେଷ ଦଲାଲ ହାବୁଡ଼ରେ ପଡି ଖର୍ଚ୍ଚାନ୍ତ ହେଉଥିବାର ଅଭିଯୋଗ ହେଇ ଆସୁଛି l କାମାକ୍ଷାନଗର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ରେ ବହୁ ଭାରୀଯାନ ଯାତାୟାତ କରୁଥିବା ବେଳେ ସେଥି ମଧ୍ୟରୁ କେତେକ ଭାରୀଯାନ ନିଜର ଲାଭଖୋର ମନୋବୃତ୍ତି ନେଇ ଧାର୍ଯ୍ୟ ଠାରୁ ଅଧିକ ମାଲ ନେଇ ଯାତାୟାତ କରିବା ଏହି ରାଜପଥକୁ ନିରାପଦ ଭାବେ ବାଛିଥାନ୍ତି l ଅନୁଗୋଳ, ଯାଜପୁର ଜିଲାରୁ ବହୁ ଭାରୀଯାନ ଧାର୍ଯ୍ୟ ଠାରୁ ଅଧିକ ସାମଗ୍ରୀ ପରିବହନ କରୁଥିବା ର ଅଭିଯୋଗ ହେଉଛି l ଉପଖଣ୍ଡ ର ଚାରି ଗୋଟି ବ୍ଲକ ର ଲୋକେ ଢେଙ୍କାନାଳ ଯାଇ କାଗଜାତ କରିବା ସମ୍ଭବ ହେଉନଥିବା ବେଳେ ଜାତୀୟ ରାଜପଥରେ ଦ୍ରୁତ ଗତି ରେ ଗାଡି ଚାଳନା ସହିତ ଧାର୍ଯ୍ୟ ଠାରୁ ଅଧିକ ସାମଗ୍ରୀ ପରିବହନକୁ ଜିଲା ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ଅଭାବରୁ ତନଖି କରିବା ସମ୍ଭବ ହୋଇପାରୁନାହିଁ l ଏଥିପ୍ରତି ଗୁରୁତ୍ୱ ଦିଆଯାଇ କାମାକ୍ଷାନଗର ଅଞ୍ଚଳରେ ଏକ ସହକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସ୍ଥାପନ କରାଗଲେ ବହୁ ଲୋକ ଉପକୃତ ହେବା ସହିତ ରାଜସ୍ୱ ଆଦାୟ ରେ ସହାୟକ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l
