ଉମରକୋଟ /08/05/26 ଉମରକୋଟ ଗ୍ରାମ୍ୟ ଉନ୍ନୟନ ଓ କୋଠା ବାଡ଼ି ବିଭାଗ ଦ୍ୱାରା ତିଆରି କରା ଯାଇଥିବା ପରିଦର୍ଶନ ଗୃହ ଏବେ ପାଲିଟିଛି ଅସମାଜିକ ବ୍ୟକ୍ତି ଙ୍କ ଆଡ୍ଡା ସ୍ଥଳୀ.ଉପର ମହଲା ଉପରେ ତିନୋଟି ଗୃହ ଥିଲା ବେଳେ ସବୁ ବଖରା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ. ପ୍ରଥମ ପ୍ରବେଶ ଦ୍ଵାର ସମ୍ପୂର୍ଣ୍ଣ ମୁକୁଳା ଥିବା ବେଳେ. ବାକି ସବୁ କୋଠରୀ ର ଅବସ୍ଥା ସମାନ.
ଯେଉଁଠି ଆଖି ବୁଲେଇବେ ସେଠି, ଭଙ୍ଗା କାଚ, ଗୁଟଖା ଜରି, ଅଧା ଲଗା ସିଗାରେଟ, ଡିଆସିଲ ଖୋଳ, ନିଶା ସେବନ ଉର୍ଦିଷ୍ଟ ସିଲଭର ଜରି, ନମିକିନ ପାକେଟ, ପ୍ଲାଷ୍ଟିକ ଗ୍ଲାସ, ପାଣି ବୋତଲ ପରି ସାମଗ୍ରୀ ଏଣେ ତେଣେ ପଡିଛି.ଶୋଇବା ଉର୍ଦିଷ୍ଟ ବଖରା ର ଚଟାଣ ଉପରେ ସ୍ଥାନେ ସ୍ଥାନେ ପୋଡା ଜଳା ମଧ୍ୟ୍ୟ ହେଇଛି. ଖାଲି ସେତିକି ନୁହେଁ କୋଠରୀ ମଧ୍ୟରେ ଏକ କାଠ ଖଟ ଉପରେ ଅତି ଅପରିଷ୍କାର ଗଦି ବି ପଡିଛି.ଗୃହ ଭିତରେ ଆସବା ପତ୍ର ବିଶେଷ କିଛି ନଥିଲେ ମଧ୍ୟ. ଶୌଚାଳୟ ଓ ବେସିନ ଭାଙ୍ଗି ରୁଜି ଯାଇଛି. ବିଶେଷ କରି ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି କୋଠା ଟି କିଛି ମାସ ପୂର୍ବରୁ ପୁନଃ ନିର୍ମାଣ କରା ଯାଇଥିଲା. ଏହି କୋଠା ର ମୁଖ୍ୟ ଉଦେଶ୍ୟ ହେଉଛି. ବିଭାଗ ଦ୍ୱାରା ପ୍ରସ୍ତୁତ ହେଉଥିବା ରାସ୍ତା ଗୁଡିକ ର ମାନ ଯାଞ୍ଚ ସମୟରେ ଆସୁଥିବା କେନ୍ଦ୍ରୀୟ ପଦାଧିକାରୀ କିମ୍ବା ବିଭାଗ ର ଉଚ୍ଚଅଧିକାରୀ ଙ୍କ ରାତ୍ର ବିଶ୍ରାମ ସ୍ଥଳୀ.ଏମିତି ଅବ୍ୟବସ୍ଥା ଓ ନିର୍ମାଣ ବିଭାଗ ର ଦାୟିତ୍ୱ ହୀନତା ସମ୍ପର୍କ ରେ ସୂଚନା ଦେବାରୁ ଉମରକୋଟ ସହକାରୀ ନିର୍ବାହୀ ଅଧିକାରୀ କୃଷ୍ଣପ୍ରିୟା ଗମାଙ୍ଗ ପ୍ରଥମେ ବିରକ୍ତି ପ୍ରକାଶ କରି ଫୋଟୋ କାଢି ଥିବା ବ୍ୟକ୍ତି ଙ୍କ ବିରୋଧରେ ଥାନା ରେ ଲିଖିତ ଅଭିଯୋଗ କରିବେ ବୋଲି କହିଥିଲେ. ସେ ଗୃହ ଟି କେବେଳ ଆମ କାର୍ଯ୍ୟାଳୟ ର ଅତିଥି ମାନଙ୍କ ପାଇଁ ବ୍ୟବହାର ହେଉଛି ବୋଲି ସଫେଇ ଦେଇ ସିଧା ସଳଖ ଏଡ଼େଇ ଯାଇଥିଲେ.କାରଣ ପଚାରିବାରୁ ସେ ଗୃହ କୁ ଅନାଧିକାର ପ୍ରବେଶ ନିଷିଦ୍ଧ ବୋଲି ଜଣାଇଥିଲେ. ହେଲେ ପ୍ରଶ୍ନ ଉଠୁଛି ବିଭାଗ ଦ୍ୱାରା ତିଆରି କରାଯାଇଥିବା ଗୃହ କୁ ଅନୁପଯୋଗୀ କରି ଦୀର୍ଘ ମାସ ହେବ ଖୋଲା ମେଲା ଛାଡି ଦେବା କେଉଁ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱ ସମ୍ପନ୍ନ କାମ. ଅସାମାଜିକ ଆଡ୍ଡା ପାଲଟିଥିବା ଗୃହ କୁ କାହିଁକି ଦୀର୍ଘ ଦିନ ହେଲା ଖୋଲା ଛଡା ଯାଇଛି. କାହା ବଳ ରେ ବଳିୟାନ ହେଇ ସହକାରୀ ଯନ୍ତ୍ରୀ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ନାଲି ଆଖି ଦେଖାଉଛନ୍ତି. ପୁରା ଘଟଣା ସନ୍ଦେହ ଘେରରେ.
