ସଡକ ଦୁର୍ଘଟଣାରେ ଆହତଙ୍କୁ ମାଗଣା ଚିକିତ୍ସା ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବ ଏନ୍ ଏଚ୍ ଆଇ।
===================
–ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ସଡକ ଦୁର୍ଘଟଣାରେ ଆହତଙ୍କ ପାଇଁ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି। ସଡକ ଦୁର୍ଘଟଣାରେ ପୀଡିତାଙ୍କୁ ସାରା ଦେଶରେ ନଗଦ ବିହୀନ ମାଗଣା ଚିକିତ୍ସା ସେବା ମିଳିବ ବୋଲି ଘୋଷଣା କରିଛନ୍ତି। ଏ ନେଇ କେନ୍ଦ୍ର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସୋମବାର ଠାରୁ ଦେଶରେ ‘କ୍ୟାସ୍ ଲେସ୍ ଟ୍ରିଟମେଣ୍ଟ ଅଫ୍ ରୋଡ ଆସି ଡେଣ୍ଟ ଭିକ୍ଟମ ସ୍କିମ’ କାର୍ଯ୍ୟକାରୀ ହୋଇଛି। ପୂର୍ବରୁ ସୁପ୍ରିମକୋର୍ଟ ଏକ ସଡକ ଦୁର୍ଘଟଣା ମାମଲାର ବିଚାର କରି କାହଁକି ଏ ପର୍ଯ୍ୟନ୍ତ ନିୟମ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠାଇ ଥିଲେ। ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ କହିଥିଲେ। ଏବେ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ରେ କୁହାଯାଇଛି ଯେ ଗାଡ଼ି ପାଇଁ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏହି ଯୋଜନା ଅଧୀନରେ ନଗଦ ବିହୀନ ଚିକିତ୍ସା ପ୍ରଦାନ କରାଯିବ। ଯେ କୌଣସି ସଡକ ଦୁର୍ଘଟଣା ହେଲେ ବି ଏହି ଯୋଜନା ଅଧୀନରେ ସ୍ୱୀକୃତି ପ୍ରାପ୍ତ ହସ୍ପିଟାଲ ରେ ସାତ ଦିନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳି ପାରିବ। ଚିକିତ୍ସା ପାଇଁ ଆଗୁଆ କୋଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। କିନ୍ତୁ ଦେଢ଼ ଲକ୍ଷର ସୀମା ପାର କଲା ପରେ ଅର୍ଥ ଦେବାକୁ ପଡିବ। ସୂଚନା ଅନୁଯାୟୀ ଏହି ଯୋଜନାରେ ପଞ୍ଜିକୃତ ହସ୍ପିଟାଲ ରେ ଆହତ ମାନଙ୍କୁ ଚିକିତ୍ସା ମିଳିବ। ୨୪ ଘଣ୍ଟା ଭିତରେ ପୁଲିସକୁ ଦୁର୍ଘଟଣାର ସବୁ ସୂଚନା ଦେବାକୁ ପଡିବ। ଏହା ପରେ ହସ୍ପିଟାଲରେ ପୀଡିତାଙ୍କ କାଗଜ ପତ୍ର କରାଯିବ। ପୁଲିସ ରିପୋର୍ଟ ଏବଂ ପରିଚୟ ପତ୍ର ଜମା କରିବା ପରେ ଯୋଜନାର ଲାଭ ମିଳିବ। ଯଦି ପ୍ରାଥମିକ ଚିକିତ୍ସା ପରେ ବଡ଼ ହସ୍ପିଟାଲ କୁ ସ୍ଥାନାନତର କାରିବାକୁ ଚାହିଁବେ ତେବେ ପ୍ରଥମେ ସେଠାରେ ସିଟ ଉପଲବ୍ଧ ଥିବା ନେଇ ସୁନିଶ୍ଚିତ କରିବାକୁ ହେବ। ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚକୁ ଏନ୍ ଏଚ୍ ଆଇ ପକ୍ଷରୁ ପୌଠ କରାଯିବ ବୋଲି ସୂଚନା ଦିଆଯାଇଛି ।
ଅନୀଲ କୁମାର ସାହୁ, ସାରସକଣା, ଜାମଶଳା ରୁ ଭଞ୍ଜଦୂତ ନିଉଜ୍।
