ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି
ବରଗଡ଼ :(ନି, ପ୍ର )ବରଗଡ଼ ଗୁରୁ ଭଗବାନ ସାହୁ ସ୍ମୃତି କମିଟି ତରଫରୁ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡ଼ଙ୍ଗୀଙ୍କୁ ସ୍ମୃତି କମିଟିର କାର୍ଯ୍ୟାଳୟ ଏବଂ ସ୍ମୃତି ରକ୍ଷାର ବିଭିନ୍ନ ପଦକ୍ଷେପ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହା ସହିତ ଗୁରୁଙ୍କ ସ୍ମୃତିରେ ଏକ ପ୍ରେକ୍ଷାଳୟ, ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଫଟୋଚିତ୍ର ପାଇଁ ବିଧାୟକ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଖୁବ୍ ଶିଘ୍ର ପଦକ୍ଷେପ ନିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ, ସ୍ମୃତି କମିଟିର ସଭାପତି ଶ୍ରୀ ଦଧିବାବନ ଶତପଥୀ, ଉପସଭାପତି ସର୍ଦ୍ଦାର ପ୍ରିତମ ସିଂ,ସମ୍ପାଦକ ତୁଳସୀ ଚରଣ ଦାଶ,ସହ ସମ୍ପାଦକ ଡ଼ ଯଶବୀର ସିଂ ସୈନୀ,କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ବାରିକ ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପଣ୍ଡା,ଲୁଲୁ ରବିନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
