*ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ*
ବସ୍ତା:- ୧୦/୦୨/୨୦୨୬ (ନି ପ୍ର)
ବାଲେଶ୍ବର ଜିଲ୍ଲା ବସ୍ତା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଆଜି କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ପାଳିତ ହୋଇଯାଇଛି। ସର୍ବେ ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ବନ୍ଧେ ଉତ୍କଳ ଜନନୀଙ୍କ ପାଠ କରାଯାଇଥିବା ବେଳେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସିଦ୍ଧାର୍ଥ ବରାଳଙ୍କ ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଆହ୍ବାନ। ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କୁ ଦୀପ ପ୍ରଜ୍ଜ୍ୱଳନ ଏବଂ ଫୁଲ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଅତିଥିମାନଙ୍କୁ ଚାରା ଏବଂ ବ୍ୟାଜ୍ ପ୍ରଦାନ କରିବା ସହ ଓଡିଆର ଅଧ୍ୟାପକ ଡକ୍ଟର ସମ୍ବିତ କୁମାର ପଲିତାଙ୍କ ଦ୍ୱାରା ସମ୍ମାନିତ ଅତିଥିମାନଙ୍କର ପରିଚୟ ପ୍ରଦାନ, ଇତିହାସର ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କ ଦ୍ୱାରା ବାର୍ଷିକ ଆଥଲେଟିକ୍ ରିପୋର୍ଟ ପ୍ରଦାନ। ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରାଙ୍କ ସ୍ୱାଗତ ଭାଷଣ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଡିଏସଓ ବାଲେଶ୍ୱର, ସମ୍ମାନିତ ଅତିଥି ଶ୍ରୀ ସାଇକୃଷ୍ଣ ଜେନା ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ORS)। ମୁଖ୍ୟ ବକ୍ତା ସ୍ଵାଧୀନ କୁମାର ପଲିତା, ଡିଭିଜନ୍ ହେଡ୍, IDCO (ବାଲେଶ୍ୱର ଏବଂ ମୟୂରଭଞ୍ଜ)।
ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
