*ମା’ଜାଗୁଳାଇ ଡେ ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।*
*ଗୁପ୍ତେଶ୍ଵର କ୍ରିକେଟ ଗୋପାଳପୁର ଚମ୍ପିୟାନ।*
——————————————-
ତିର୍ତ୍ତୋଲ:୧୦/୨ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଲଣା ଗ୍ରାମରେ ମା’ ଜାଗୁଳାଇ କ୍ରିକେଟ ପଡ଼ିଆରେ ତୃତୀୟ ବର୍ଷର ଡେ ନାଇଟ୍ ଧମାକା ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଟୁଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ୪ନଂ ଜୋନ୍ ର ଜିଲ୍ଲାପରିଷଦ ତାଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗଙ୍ଗାଧର ବିଶ୍ୱାଳ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଯୁବ ସମାଜସେବୀ ତଥା ଆମ ସମସ୍ତଙ୍କ ର ପ୍ରିୟ ସୁଶାନ୍ତ କୁମାର ଶତପଥୀ, ଗରାମ ପଞ୍ଚାୟତ ସମିତି ର ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ ଅଲଣା ଗ୍ରାମର ମୁଖ୍ୟ ସ୍ବୈମ୍ୟକାନ୍ତ ସ୍ବାଇଁ, ତ୍ରିଲୋଚନ ରାଉତ ମଧ୍ୟ ଉପସ୍ଥିତ ଥିଲେ। ପୁରସ୍କାର ବିବରଣ ଉତ୍ସବରେ ପ୍ରକୃତି ବନ୍ଧୁ ପ୍ରଦ୍ୟୁମ୍ନ ରଥ, କ୍ରିଡ଼ା ପ୍ରେମୀ ବିଶ୍ଵଜିତ ବିଶ୍ୱାଳ, ଶୁକାନ୍ତ କୁମାର ସାହୁ, ନେତାଜୀ ସାଂସ୍କୃତିକ ଯୁବ ପରିଷଦ ର ସମ୍ପାଦକ ନିରଞ୍ଜନ କୁଅଁର, ଚିତ୍ତରଞ୍ଜନ କୁଅଁର ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଓ ଉପ ବିଜେତା ଟିମ୍ କୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରିଥିଲେ।ଏହି ଟୁଣ୍ଣାମେଣ୍ଟ ରେ ମୋଟ ୧୬ ଟିମ୍ ଭାଗ ନେଇଥିବା ବେଳେ ସେଥିରୁ ସିଦ୍ଧେଶ୍ଵର କ୍ରିକେଟ,କଟରା ସହିତ ଗୁପ୍ତେଶ୍ୱର କ୍ରିକେଟ୍, ଗୋପାଳପୁର ଟିମ୍ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ଫାଇନାଲ ମ୍ୟାଚ ରେ ସିଦ୍ଧେଶ୍ଵର କ୍ରିକେଟ,କଟରା ପ୍ରଥମେ ବ୍ୟାଟିଂ କରି ଚାରି ଓଭର ରେ ୨୨ ରନ୍ ସଂଗ୍ରହ କରିଥିଲା। ୨୩ ରନ୍ ର ବିଜୟ ଲକ୍ଷ୍ୟ ନେଇ ଗୁପ୍ତେଶ୍ୱର କ୍ରିକେଟ୍,ଗୋପାଳପୁର ଟିମ୍ ର ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ଥିଲେ। ଗୁପ୍ତେଶ୍ୱର କ୍ରିକେଟ୍, ଗୋପାଳପୁର ତିନି ଓଭର ଶେଷ ବଲରେ ୨୩ ରନ୍ ରନ ସଂଗ୍ରହ କରିଦେଇଥିଲା। ଯାହା ଫଳରେ ଗୁପ୍ତେଶ୍ୱର କ୍ରିକେଟ୍, ଗୋପାଳପୁର ଟିମ୍ ଚମ୍ପିୟାନ ବିବେଚିତ ହୋଇଥିଲା। ବିଜେତା ଓ ଉପବିଜେତା ଟିମ୍ କୁ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି ଟୁଣ୍ଣାମେଣ୍ଟେ ରେ ଅମ୍ପଏୟଆର ଭାବେ ବସନ୍ତ ପଲାଇ, ନାରାୟଣ ପଲାଇ,ସୁର୍ଯ୍ୟକାନ୍ତ ପାତ୍ର, ପ୍ରିୟବ୍ରତ କୁଅଁର,ଉପସ୍ଥିତ ଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ଭାସ୍ୟକାର ଭାବେ ସମିର ମହାନ୍ତି, ସୁଜିତ୍ ପରିଡ଼ା, ଆଶୁତୋଷ ରାଉତ, କାହ୍ନୁ ଚରଣ ମହାନ୍ତି ଉପସ୍ଥିତ ଥିଲେ।ସ୍କୋରର ଭାବେ ବିଶ୍ଵଜିତ୍ ଦାସ୍, ଦେବାଶିଷ ସାହୁ,ଉପସ୍ଥିତ ଥିଲେ। ମ୍ୟାଚ୍ ପରିଚାଳକ ଭାବେ ପ୍ରଭାତ କୁମାର ପରିଡ଼ା,ବିଶ୍ଵଜିତ କୁଅଁର, ପ୍ରିତି ରଞ୍ଜନ ନାୟକ, ବିଶ୍ଵଜିତ ବେହେରା ଙ୍କ ସମେତ ମା’ଜାଗୁଳାଇ କ୍ରିକେଟ୍ କ୍ଲବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହିଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବା ପାଇଁ କ୍ରିଡ଼ା ପ୍ରେମୀ ମାନେ ଦାବି କରିଛନ୍ତି।
