*ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା କାର୍ଯ୍ୟସମିତି ବୈଠକ*
ତାଳଚେର :ତା 9/2/2026:ପୁରୀ ଗୋବର୍ଦ୍ଧନ ପିଠାଧୀସ ଜଗତଗୁରୁ ଶଙ୍କରାଚାର୍ଯ୍ୟ କିଛିମାସ ପୂର୍ବରୁ ତାଳଚେର ରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ର ଉଦଘାଟନ କରିଥିଲେ |ଏହାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ର ମୁଖ୍ୟ ଡ଼ା ସଂଜୀବ ରାଉତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପ୍ରଥମ କାର୍ଯ୍ୟ ସମିତି ବୈଠକ ରେ ମୁଖ୍ୟ ଅତିଥି ଭାବେ ବିଜେପି ମିଡ଼ିଆ ସେଲ ଜୋନାଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ଉକ୍ତ ଗୋଶାଳା ର ସମସ୍ତ ସଦସ୍ୟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଗୋଶାଳା ସମ୍ପୂର୍ଣ କାର୍ଯ୍ୟକ୍ଷମ ଉପରେ ପ୍ରସ୍ତାବ ରଖିଥିଲେ |ବର୍ତମାନ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ଗୋଶାଳା ପାଇଁ ବିଭିନ୍ନ ପ୍ରତ୍ସାହନ ଦେଉଥିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ |ଡ଼ା ସଂଜୀବ ରାଉତ ଗାଇ ର ଖତ ଓ ଗୋ ମୂତ୍ର ରୁ ବିଭିନ୍ନ ମୂଲ୍ୟବାନ ଦ୍ରବ୍ୟ କିଭଳି ଭାବେ ପ୍ରସ୍ତୁତ ହୋଇ ଲୋକଙ୍କ ସେବାରେ ଲାଗିବ ସେ ବିଷୟରେ ଆଲୋଚନା କରିଥିଲେ |ପ୍ରଥମ କାର୍ଯ୍ୟ ସମିତି ବୈଠକ ରେ 51 ଜଣ ବିଶେଷ ଭାବେ ମହିଳା ସଦସ୍ୟତା ଗ୍ରହଣ କରିଥିଲେ |ଗୋଶାଳା କୁ କାର୍ଯ୍ୟକ୍ଷମ କରି ଗୋ ସେବା ସହ ସେଠାରେ ଜନ୍ମଦିନ ପାଳନ ବିଭିନ୍ନ ମୋହତ୍ସବ, ହୋମ ଯଜ୍ଞ ଆଦି ପ୍ରତ୍ୟହ କରାଇବା ଉପରେ ବୈଠକ ରେ ମତ ପ୍ରକାଶ ପାଇଥିଲା |ଉକ୍ତ ବୈଠକ ରେ ମାରୱାଡି ସମିତି ର ପୂର୍ବତନ ସଭାନେତ୍ରୀ ଆଶା ଅଗ୍ରୱାଲ, ନିଶା ଅଗ୍ରୱାଲ, ଶ୍ୟାମା ଅଗ୍ରୱାଲ, ଆଦିତ୍ୟ ବାହିନୀ ର ଆଇନଜୀବୀ ଶମ୍ଭୁନାଥ ବେହେରା, ଜଗଦୀଶ ସିଂହ, ଅଜୟ ସାହୁ, ଜଗଦୀଶ ମିଶ୍ର, ସୁନୀଲ ପଟ୍ଟନାୟକ, ଦିପେନ୍ଦ୍ର ସିଂହ, ବିଶ୍ୱନାଥ ପ୍ରଧାନ, ସଂଜୀବ ନାହାକ ଙ୍କ ସମେତ ଶତାଧିକ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ |
