(କଳାହାଣ୍ଡି ରମେଶ ଅଗ୍ରୱାଲ)ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଶେଷ ସୀମାନ୍ତ ତ୍ରିଲୋଚନପୁର ପଞ୍ଚାୟତ ତଥା ନିୟମଗିରି ପର୍ବତ ଉପରେ ଥିବା ଅନେକ ଦୁର୍ଗମ ଗାଁ ମଧ୍ୟରୁ ଫୁଲଡୁମେର, କୁନାକାଡୁ, ପାଲବେରୀ। ଯେଉଁଠି ବସବାସ କରନ୍ତି ସରଳ, ନିରୀହ ଜୀବନ ଜୀଉଁଥିବା କୁଟିଆକନ୍ଧ ଜନଜାତିର ଲୋକେ। ଜିଲ୍ଲା ଓ ବ୍ଲକ ପ୍ରଶାସନ ଦ୍ୱାରା ସେଇ ଗାଁଗୁଡ଼ିକୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ନିରନ୍ତର ପ୍ରୟାସ ଜାରି ରହିଛି। ଆଜି ସେଇସବୁ ଗାଁକୁ ଗସ୍ତ ସମୟରେ ସ୍ଥାନୀୟ ଆଦିବାସୀଙ୍କ ସହିତ ଗଛମୂଳେ ବସି ଆଲୋଚନା କରୁଛନ୍ତି ଦୁଇଜଣ IAS ଅଧିକାରୀ। ଜଣେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଆଉ ଜଣେ IAS Probationer ଅନିମେଶ ପ୍ରଧାନ।
