ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ବଜାଇଲା ବିଗୁଲ, ତାରାକାନ୍ତ ହେଲେ ସାଧାରଣ ସମ୍ପାଦକ ।
ରଘୁନାଥପୁର (ନି.ପ୍ର): ଆଗାମୀ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖି ବିଜୁ ଜନତା ଦଳ ର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା କମିଟି ସବୁ ଗଠନ କରି ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ୍ କରିବାରେ ସମୟ ବିନିଯୋଗ କଲେଣି l ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି ଙ୍କ ସୁପାରିଶ କ୍ରମେ ପୁରୁଣା ୮୦ ଜଣ ଥିବା ସଦସ୍ୟ ଙ୍କ ମଧ୍ୟରୁ ଚଳିତ ବର୍ଷ ନୂଆ, ପୁରୁଣା ମିଶାଇ ୪୮ଜଣ ଙ୍କୁ ମନୋନୀତ କରାଯାଇଛି l ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ବ୍ଲକ ର ଜଣେ ଯୁବ ସଂଗଠକ ତଥା ପୂର୍ବତନ ସମିତି ସଭ୍ଯ ତାରାକାନ୍ତ ଜେନା ଙ୍କୁ ଚଳିତଥର ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି l ଦୀର୍ଘ ବର୍ଷ ଧରି ସେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟକରି ବେଶ୍ ସୁନାମ ଅର୍ଜନ କରିଥିଲେ l ଶ୍ରୀ ଜେନା ଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯେଉଁ ଦାୟିତ୍ଵ ପ୍ରଦାନ କରାଯାଇଛି ସେ ସେଥିରେ ଖୁସି ଥିବାର କହିଥିବା ବେଳେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ବେଳକୁ ସଂଗଠନକୁ ମଜବୁତ୍ କରିବା ସହିତ ସେ ଏକ ବ୍ଲୁ ପ୍ରିଣ୍ଟ ତିଆରି କରିବେ ବୋଲି କହିଛନ୍ତି l ଶ୍ରୀ ଜେନା ଙ୍କୁ ନୂଆ ଦାୟିତ୍ଵ ମିଳିଥିବାରୁ ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ, ଅନ୍ତର୍ଯ୍ୟାମି ରାଉତ, ସରୋଜ କାନ୍ତ ଦାସ, ଚନ୍ଦ୍ରଶେଖର ସିଂହ ଓ ବହୁ ସରପଞ୍ଚ, ସମିତିସଭ୍ଯ ବି ସ୍ଵାଗତ କରିଛନ୍ତି l ଶ୍ରୀ ଜେନା ଙ୍କୁ ଏହି ଗୁରୁ ଦାୟିତ୍ଵ ମିଳିଥିବାରୁ ସେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ତାଙ୍କ ସମର୍ଥକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି l
