*96 ଜଣ ଶ୍ରମିକଙ୍କ ଉତ୍ତରାଧିକାରୀ ଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ 1,46,20,000/- ଟଙ୍କାର ମୃତ୍ୟୁ କାଳୀନ ଆର୍ଥିକ ସହାୟତା ପ୍ରଦାନ*
ଯାଜପୁର-ତା. ୦୫. ୦୨. ୨୦୨୫ ରିଖ(ଭଞ୍ଜଦୂତ:ନିପ୍ର)ସରୋଜ କୁମାର ଧଳ
*ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅନୁମୋଦନ କ୍ରମେ ଆଜି ତା 05.02.2026 ରିଖରେ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକଙ୍କ ଉତ୍ତରାଧିକାରୀ ଙ୍କୁ ଡମି ଚେକ ମାଧ୍ୟମରେ ସହାୟତା ପ୍ରଦାନ କରିଥିଲେ l ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ,ଯାଜପୁର ମୃତ୍ୟୁକାଳୀନ ସହାୟତା ବାବଦରେ 43 ଜଣଙ୍କୁ 1,26,00,000/- ଟଙ୍କା,ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ 44 ଜଣଙ୍କୁ 2,20,000/- ଟଙ୍କାର ସହାୟତା ରାଶି ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି l ସେହିପରି ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ମୃତ୍ୟୁକାଳୀନ ସହାୟତା ବାବଦରେ 9 ଜଣ ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ 18,00,000/- ଟଙ୍କା ପ୍ରଦାନ କରାଯାଇଛି l*
*
