ସୁବେଦାର ମେଜର ଗୋବିନ୍ଦ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।
ଛତ୍ରପୁର -ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମର ସୁବେଦାର ମେଜର ଗୋବିନ୍ଦ ଦାସ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପରିବାର ଏବଂ ଗ୍ରାମବାସୀଙ୍କ ତରଫରୁ ପାଳନ କରାଯାଇଛି। ସେ ଜାନୁୟାରୀ ୨୨ତାରିଖ ୨୦୦୦ମସିହା ରେ ଦେଶ ମାତୃକାର ସେବା ପାଇଁ ଯୋଗଦେଇ ୩୧ଜାନୁୟାରୀ ୨୦୨୬ମସିହା ରେ ଅବସର ଗ୍ରହଣ କରିଥିଲେ।ବିଜେ ସେଣ୍ଟର କ୍ରୀକି ପୁନେ ଠାରେ ନିଜର ଟ୍ରେନିଂ ସାରି ଲେ ଲେମ୍ବୁ, କୋଲକାତା, ଜାମୁ କାଶ୍ମୀର ର ପଟଙ୍ଗ, ପଞ୍ଜାବ ର ଅମୃତସର, ରାଜସ୍ଥାନ, ନୂଆଦିଲ୍ଲୀ, ଆସାମ, ଭୋପାଳ, ଲେ ଲଦାଖ ରେ କାର୍ଯ୍ୟ କରି ପୁନେ ରେଜିମେଣ୍ଟ ସେଣ୍ଟର ଠାରେ ନିଜର ଅବସର ଗ୍ରହଣ କରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନ ରେ ଓଲ୍ଲାଇବା ପରେ ପରିବାର ଏବଂ ଗ୍ରାମବାସୀ ମାନେ ପୁଷ୍ପଗୁଛ ଓ ଉପଢୌକନ ଦେଇ ମେଜର ଙ୍କୁ ସ୍ୱାଗତ କରି ନିଜ ଜନ୍ମ ମାଟି ରଘୁନାଥପୁର କୁ ପାଛୋଟି ନେଇଥିଲେ।ଦୀର୍ଘ ୨୫ବର୍ଷ ଦେଶ ମାତୃକାର ସେବା କରି ଏବଂ କାର୍ଯ୍ୟରତ ସମୟର ଅନୁଭୂତି କୁ ପରିବାର ଏବଂ ଗ୍ରାମବାସୀଙ୍କ ଗହଣରେ ପରିପ୍ରକାଶ କରିଥିଲେ।ଦେଶ ର ସେବା କରି ଆଜି ମୁଁ ନିଜକୁ ଗୌରବାନିତ ମନେ କରିବା ସହ ଏହି ସେବା ପାଇଁ ସାହସ, ଶୃଙ୍ଖଳା ଏବଂ ଧୌର୍ଯ୍ୟ ଆବଶ୍ୟକ ବୋଲି କହିଥିଲେ। ବର୍ତ୍ତମାନ ଅଗ୍ନିବୀର ରେ ଯେଉଁ ମାନେ ଦେଶ ମାତୃକାର ସେବା କରିବା ପାଇଁ ଯାଉଛନ୍ତି ସେମାନେ ସାହସ ର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନିଜ ପରିବାର ଠାରୁ ଦୂରରେ ରହି ଦେଶ ସେବା କରି ଫେରିଥିବାରୁ ନିଜ କୁ ବହୁତ ଧନ୍ୟ ମନେ କରୁଛି ବୋଲି ଗୋବିନ୍ଦ ଦାସ ଙ୍କ ଧର୍ମପତ୍ନୀ ମିନତୀ ଦାସ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ପିତା ଭାଇଗ ଦାସ, ମା ହେମ ଦାସ, ସାନ ଭାଇ ହରି ଦାସ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।
