*କେନ୍ଦ୍ର କୋଇଲା ମନ୍ତ୍ରୀ ଜୀ କିସାନ ରେଡ୍ଡୀ ଙ୍କୁ ପତ୍ର ଲେଖିଲେ ସାଂସଦ ରୁଦ୍ର ନାରାୟଣ ପାଣି*
(ତାଳଚେର ହାଣ୍ଡିଧୂଆଁ ଅଂଚଳ ରେ ମାଟି ଦବିବା ଘଟଣା )
(ବୈଜ୍ଞାନିକ ପଦ୍ଧତି ରେ ସ୍ଥାୟୀ ସମାଧାନ ପାଇଁ ସାଂସଦ ଙ୍କ ଅନୁରୋଧ )
ତାଳଚେର /ଅନୁଗୁଳ :ତା 4/2/2026: ତାଳଚେର ଟାଉନ ହାଣ୍ଡିଧୂଆଁ ଅଂଚଳ ରେ କିଛିଦିନ ପୂର୍ବେ ମାଟି ଦବି ସ୍ଥାନୀୟ ଅଂଚଳ ରେ ଆତଙ୍କ ଖେଳାଇ ଦେଇଛି |ଏହାକୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଉଦବେଗ ପ୍ରକାଶ କରିବା ସହ ଏମସିଏଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |ପାର୍ଲିଆମେଣ୍ଟ ଚାଲିଥିବା ହେତୁ ଆଜି ନୂଆଦିଲ୍ଲୀ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜୀ କିସାନ ରେଡ୍ଡୀ ଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅନୁରୋଧ କରିଛନ୍ତି |ଓଡ଼ିଶାର ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ଅଧୀନରେ ହୋଇଥିବା ମାଟି ଧସିବା ସମ୍ପର୍କରେ ଏହି ଚିଠି ଲେଖୁଛି। ଜାନୁଆରୀ ୨୮ ତାରିଖରେ, ତାଳଚେରର ହାଣ୍ଡିଧୁଆଁ ଅଞ୍ଚଳରେ ୩/୪ ମିଟର ବ୍ୟାସ ଏବଂ ୩/୪ ମିଟର ଗଭୀର ଏକ ଗର୍ତ୍ତ ଦେଖାଦେଇଛି। ଏହା ସ୍ୱାଭାବିକ ଭାବରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ହାଣ୍ଡିଧୁଆଁ ଏକ ପୁରୁଣା ଭୂତଳ ଖଣି। ସମ୍ଭବତଃ ବାଲି ପୂରଣରେ କିଛି ତ୍ରୁଟି ଯୋଗୁଁ ଏହା ହୋଇଥାଇପାରେ। ଓଡ଼ିଶା ସରକାରଙ୍କ ଭୂତତ୍ତ୍ୱ ବିଭାଗକୁ ଏ ବିଷୟରେ ଅବଗତ କରାଯାଇଛି। ମୁଁ MCL CMD ଏବଂ DGMS, ଧନବାଦଙ୍କ ସହିତ ମଧ୍ୟ କଥା ହୋଇଛି। ମୁଁ ଆପଣଙ୍କୁ ବିନମ୍ରତାର ସହ ଅନୁରୋଧ କରୁଛି ଯେ ଆପଣ ଏହି ଘଟଣାର ତୁରନ୍ତ ବିଚାର କରନ୍ତୁ ଏବଂ ବୈଜ୍ଞାନିକ ପଦ୍ଧତିରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବା ପାଇଁ କୋଲ୍ ଇଣ୍ଡିଆ ଲିମିଟେଡ୍ (CIL) ଏବଂ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଅନ୍ତୁ। ବୋଲି ସାଂସଦ ଶ୍ରୀ ପାଣି ଲିଖିତ ଭାବେ କୋଇଲା ମନ୍ତ୍ରୀ ଙ୍କୁ ଜଣାଇଛନ୍ତି |
