ଗୁରୁ ଭଗବାନ ସାହୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବିପତ୍ର
ବରଗଡ଼ :୦୩/୦୨(ନି, ପ୍ର) ଗୁରୁ ଭଗବାନ ସାହୁ ସ୍ମୃତି କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ସହରର ଏକ ମୂଖ୍ୟ ସ୍ଥାନରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅତିରିକ୍ତ ଜିଲ୍ଲାପାଳ ମଧୂଛନ୍ଦା ସାହୁ ଙ୍କ ଜରିଆରେ ଜିଲ୍ଲାପାଳ ମହାଶୟଙ୍କୁ ସଭାପତି ଦଧିବାବନ ଶତପଥୀ, ସମ୍ପାଦକ ତୁଳସୀ ଚରଣ ଦାଶ, ସହ ସମ୍ପାଦକ ଡ଼. ଯଶବୀର ସିଂ ସୈନୀ,କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ବାରିକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପଣ୍ଡା,ଲୁଲୁ ରବିନ ଦାସ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ, ଅତିରିକ୍ତ ଜିଲ୍ଲାପାଳ -ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଙ୍କ ସହିତ ଆଲୋଚନା କରି ଖୁବ ଶୀଘ୍ର ପଦକ୍ଷେପ ନିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ ।
