*ନୂଆପଡ଼ା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ୧୯୭୭ ମେଟ୍ରିକ୍ ବ୍ୟାଚ ଛାତ୍ର ଙ୍କ ବନ୍ଧୁ ମିଳନ ଉତ୍ସବ ନେଇ ପ୍ରସ୍ତୁତି ବୈଠକ, ଦୀର୍ଘ ୪୯ ବର୍ଷ ପରେ ମିଳନ*
ନୂଆପଡା(ମିଖାଏଲ ନନ୍ଦ)
ତା:.୦୧.୦୨
ନୂଆପଡ଼ା ଜିଲ୍ଳା ଅନ୍ତର୍ଗତ ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ୧୯୭୭ ମେଟ୍ରିକ୍ ବ୍ୟାଚ ଛାତ୍ର ଙ୍କ ବନ୍ଧୁ ମିଳନ ଉତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ୪୯ ବର୍ଷ ପରେ ମିଳନ ଦ୍ଵିତୀୟ ବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଲିଆଡ ଗ୍ରାମ ନିକଟସ୍ଥ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ପ୍ରକୃତି ପରିବେଶ ରେ ଅନୁଷ୍ଠିତ ହେବ। ଛାତ୍ର ଜୀବନ ର ସେହି ଅଭୁଲା ସ୍ମୃତି ଓ ଅନୁଭୂତି କୁ ପୁନର୍ଜୀବିତ କରିବା ପାଇଁ ସମସ୍ତ ବନ୍ଧୁ ଉତ୍ସାହିତ ଥିବା ବେଳେ ଆସନ୍ତା ୩୧ ତାରିଖ ଦିନ ବନ୍ଧୁ ମିଳନ ଅପେକ୍ଷା ରେ ଅଛନ୍ତି। ପ୍ରସ୍ତୁତି ଚୂଡାନ୍ତ, ବାହାରୁ ଆସୁଥିବା ବନ୍ଧୁ ମାନେ ମଧ୍ୟ ଖଡିଆଳ ପହଞ୍ଚି ଥିବା ବେଳେ ମାନବ ସମାଜରେ ବନ୍ଧୁଙ୍କ ସମ୍ପର୍କ ଅତି ନିବିଡ଼ ଏବଂ ଅନନ୍ୟ ଅଟେ। ଆୟୋଜକ ମାନେ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଥିବା ବେଳେ ସାମିଲ ହୋଇ ନିଜ ଜୀବନର ଅଭିଜ୍ଞତା ଉପରେ ଆଲୋଚନା କରିବା ପାଇଁ ଆହ୍ବାନ କରାଯାଇଅଛି।
