*ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଆଜି ୮୦ ବର୍ଷ ବୟସରେ ଦେହାନ୍ତ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ*
ନୂଆପଡା(ମିଖାଏଲ ନନ୍ଦ)
ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଆଜି ୮୦ ବର୍ଷ ବୟସରେ ଦେହାନ୍ତ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଆଜି ସକାଳ ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ଦିନ ୧ ଘଣ୍ଟା ରୁ ତାଙ୍କ ଛାତି ରେ ଯନ୍ତ୍ରଣା ଅନୁଭବ କରିଥିଲେ। ଦିନ ୧ ଘଣ୍ଟା ୩୫ ମିନିଟ ରେ ମୃତ୍ୟୁ ହୋଇଅଛି। ଜିତାମିତ୍ର ସିଂ ଦେଓ ଦୁଇ ଗୋଟି ଡକ୍ଟରେଟ୍ ସମ୍ବଲପୁର ବିଶ୍ବ ବିଦ୍ୟାଳୟ ଓ ସଂସ୍କୃତ ବିଶ୍ବ ବିଦ୍ୟାଳୟ ତିରୁପତି ରୁ ସମ୍ମାନ ଜନକ ଡକ୍ଟରେଟ୍ ପାଇଛନ୍ତି। ତାଙ୍କ ଦ୍ବାରା ୧୯ ଖଣ୍ଡ ଇତିହାସ ଏବଂ ପତ୍ନତାତ୍ୱିକ ବିଷୟ ପୁସ୍ତକ ରଚନା କରିଥିବା ବେଳେ ଅନେକ ବହି ବିଦେଶ ଏବଂ ଭାରତର ଅନେକ ବିଶ୍ବ ବିଦ୍ୟାଳୟର ପାଠ୍ୟ ପୁସ୍ତକ ରୂପେ ବ୍ୟବହାର ହୋଇଅଛି। ସେ ଜଣେ ଲବ୍ଧ ପ୍ରତିଷ୍ଠିତ ଗବେଶକ ରୂପେ ପରିଚିତ। ନୂଆପଡ଼ା ଜିଲ୍ଲାର ଅନେକ ଐତିହାସିକ ସ୍ଥଳୀ ର ଉଦଦ୍ଭାବନ କରିଛନ୍ତି। ପ୍ରି ସିଟରି ଶିଳାଲିପି ଯୋଗିମଠ, ତାଙ୍କ ଆଲେଖ୍ୟ ରେ ଦକ୍ଷିଣ କୋଶଳ, ଜଗନ୍ନାଥ ସଂସ୍କୃତି ଅପର ମହାନଦୀ ରୁ ନିମ୍ନ ମହାନଦୀ, ଘଟଘୁମର ରକ୍ ଆର୍ଟ, ସର୍ବପୁରିଆ ପାଣ୍ଡୁ ବଂଶୀ ସ୍ୱର୍ଣ୍ଣ ମୁଦ୍ରା,କପର ପ୍ଲେଟ, କଳଚର୍ ସାଉତ୍ କୋଶଳ, ଆରଜିନିଟି ଅଫ୍ ଜଗନ୍ନାଥ ଡେଇଟି, ତାନ୍ତ୍ରିକ ଆର୍ଟ ଅଫ ଓଡ଼ିଶା, ଚେରେକ୍ଟ୍ର ଆସାସିନେଶନ ଅଫ୍ ଆଧୁନିକ ଇତିହାସ ଓଡ଼ିଶା ମୁଖ୍ୟ ପୁସ୍ତକ ରହିଅଛି। ତାଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ରାଣୀ ରାଜଶ୍ରୀ ଦେବୀ ଆନ୍ତିମ୍ ସମୟରେ ଉପସ୍ଥିତ ଥିଲେ। ଯୁବରାଜ୍ ଦେବ ଦେବ ସିଂ ଦେଓ ଙ୍କ ରାଜ୍ୟଭିଶେକ୍ ହେବା ପରେ ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଆସନ୍ତା କାଲି ୧୦ ଘଣ୍ଟା ସମୟ ରେ ଶେଷ କୃତ୍ୟ ତ ନଦୀ ଘାଟ ନେହେନା ଠାରେ ଅନୁଷ୍ଠିତ ହେବା ନିଷ୍ପତ୍ତି ହୋଇଅଛି।
