Skip to content
- ଝାରପୋଖରିଆ ଠାରେ ସୀମାନ୍ତ ଯୁବ ମହୋତ୍ସବ
—————————–
(ନି.ପ୍ର): ସାରସକଣା: ଅନିଲ କୁମାର ସାହୁ:ସାରସକଣା ବ୍ଲକ ଅନ୍ତର୍ଗତ ତିନି ସୀମାନ୍ତ ଅଞ୍ଚଳ ଝାରପୋଖରିଆ(ବମ୍ବେଛକ)ଠାରେ ସୀମାନ୍ତ ଯୁବ ସମିତି ଆନୁକୁଲ୍ୟରେ ନବମ ବାର୍ଷିକ ଯୁବ ମହୋତ୍ସବ ଆରମ୍ଭ ହୋଇଛି। ଏହା ଡ଼ିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଚାଲିବ। ଏହି ମହୋତ୍ସବଟିରେ ବିଭିନ୍ନ ସମ୍ପ୍ରଦାୟରେ ହେଉ ଥିବା କଳା, କଳାକାର, ସଂସ୍କୃତି ଓ ପରମ୍ପରା କୁ ପୁନରୁଦ୍ଧାର କରି ଆଜିର ସମାଜର କାର୍ଯ୍ୟାମୟ ଲୋକଙ୍କ ପାଇଁ ଲୋକ ଲୋଚନକୁ ଆଣିବା, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଯେପରି ଶିକ୍ଷା,ବ୍ୟବସାୟ, କୃଷି, କଳା ଓ ଭାସ୍କର କାରୁକାର୍ଯ୍ୟ, ଗୀତ ଓ ନାଚରେ ପାରଦର୍ଶିତା, ବିଭିନ୍ନ ପ୍ରକାରର ରେମ୍ପ୍ ଶୋ,ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସମ୍ମିଳନୀ,ବିଭିନ୍ନ ପ୍ରକାରର ବକୃତା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ତା ସହିତ ଏହି କାର୍ଯ୍ୟକ୍ରମରେ ଓଲିଉଡ଼ର ସିନେ ଷ୍ଟାର ମାନଙ୍କୁ ନେଇ ସ୍ୱତନ୍ତ୍ର ଭାବେ ନାଇଟ କାର୍ଯ୍ୟକ୍ରମ ଗୀତ, ନାଚ଼,କମେଡ଼ି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ମହୋତ୍ସବରେ ବିଭିନ୍ନ ନାମୀ କମ୍ପାନୀ, ଆଖପାଖ ରେ ଥିବା ସମସ୍ତ ବ୍ୟବସାୟୀ ବୃନ୍ଦ ତାଙ୍କର ବ୍ୟବସାୟର ଷ୍ଟଲ ସବୁ ବସାଇ ଥିଲେ। ସୀମାନ୍ତ ମହାବିଦ୍ୟାଳୟର ସମସ୍ତ ଛାତ୍ର ,ଛାତ୍ରୀ ଏହି ମହୋତ୍ସବ ରେ ଅଂଶ ଗ୍ରହଣ କରି ଥିଲେ। ହଜାର ହଜାର ସଂଖ୍ୟାରେ ଲୋକ ମାନେ ଏହି ଯୁବ ମହୋତ୍ସବରେ ଯୋଗ ଦେଇ ଥିଲେ। ଏହି ଯୁବ ମହୋତ୍ସବଟି ବେଶ୍ ଲୋକ ପ୍ରିୟ ହୋଇଥିଲା ଏହି ଯୁବ ମହୋତ୍ସବର କାର୍ଯ୍ୟକ୍ରମଟି ପରିଚାଳନା ଜିଲ୍ଲା ଜାତୀୟ ଯୁବ ପ୍ରକଳ୍ପ ର ସଭାପତି ଶ୍ରୀଯୁକ୍ତ କୁଞ୍ଜ ବିହାରୀ ସେଠୀ ଓ ଯୁବ ପ୍ରକଳ୍ପ ର ସଂଯୋଜକ ଶ୍ରୀଯୁକ୍ତ ମଳୟ କୁମାର ନାଏକ I ଯୁବ ସମିତି ଝାରପୋଖରିଆ ଶାଖାର ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପୃଷ୍ଟି ତତ୍ତ୍ବାବଧାନ ରେ ଏହି ମହୋତ୍ସବଟି ବେଶ୍ ପ୍ରଶଂସନୀୟ ହୋଇ ପାରିଥିଲା।ଭଞ୍ଜ ଦୁତ ଖବର।