ମା’ସେବକ ସଂଘ ପକ୍ଷରୁ ନବବର୍ଷ ସାଂସ୍କୃତିକ କାର୍ଯ୍ୟକ୍ର୍ରମ
଼ତାଳଚେର, ତାଳଚେର ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ୪ନମ୍ବର ୱାର୍ଡ଼ ବିରାଦରପଡ଼ା ସାହି ଆନୁକୂଲ୍ୟରେ ନବବର୍ଷ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରଦୀପ ସାହା, ପୌର କାର୍ଯ୍ୟାଳୟ ଏମଇ ଏବଂ ସମ୍ମାନୀତ ଅତିଥିଭାବେ ଅଲଓଡ଼ିଶା ହ୍ୟୁମାନରାଇଟ୍ ସଭାପତି ତଥା ମା’ସେବକସଂଘର ସଭାପତି ଡ଼ଃ ଦେବେନ୍ଦ୍ର ସିଂହ ଯୋଗଦେଇ ପ୍ରାରମ୍ଭରେ ଭଗବାନ ଶ୍ରୀ ଗଣେଶଙ୍କୁ ଧୂପ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୌର ନିର୍ବାହି ଅଧିକାରୀ ଶ୍ରୀ ସାହା ତାଙ୍କ ଭାଷଣ ମାଧ୍ୟମରେ କହିଥିଲେ କି, ତାଳଚେରର ଅନୁଷ୍ଠାନ ଗୁଡ଼ିକ ତରଫରୁ ଏପରି କାର୍ଯ୍ୟକ୍ରମ କରାଗଲେ ସାହିର ଓ ତାଳଚେର ଅଂଚଳରେ ରହିଥିବା ଛୋଟଛୋଟ ପ୍ରତିଭାମାନେ ତାଙ୍କର କଳାପ୍ରଦର୍ଶନ କରିପାରିବାର ସୁଯୋଗ ପାଇପାରିବେ । ତେଣୁ ଏହି ଛୋଟ ପ୍ରତିଭାବାନ ପିଲାମାନେ ଆମ ଦେଶର ପ୍ରଗତି ଓ ବିକାଶ ଦିଗରେ ସହାୟକ ହୋଇପାରିବେ ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିପରି ଡ଼ଃ ଦେବେନ୍ଦ୍ର ସିଂହ ମଧ୍ୟ ଛୋଟପିଲାଙ୍କ କଳାପ୍ରଦର୍ଶନକୁ ନେଇ ପ୍ରସଂଶା କରିବା ସହ ଆଗାମୀ ଦିନ ଗୁଡ଼ିକରେ ଏମାନେ ନିଜର ଦକ୍ଷତା ଦେଖାଇ ତାଳଚେରର ଗୌରବ ଆଣିଦେଇ ପାରିବେ ବୋଲି ସେ ପ୍ରକାଶ କରିଥିଲେ । ନବବର୍ଷ ଉପଲକ୍ଷେ ମା’ସେବକ ସଂଘ ପକ୍ଷରୁ ଛୋଟ ପିଲାମାନଙ୍କ ପାଇଁ ଖେଳକୁଦ, ଝୋଟି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି କରାଯାଇଥିଲା । କୃତିପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଭାଷ୍ୟକାର ଭାବେ କରୁଣାକର ବାଇ ଆଗେଇ ନେଇଥିବା ବେଳେ ନବବର୍ଷର କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିବାରୁ ମା’ସେମକସଂଘର ସମସ୍ତ ସଦସ୍ୟଙ୍କୁ ବିଭିନ୍ନ ମହଲରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ଆଗାମୀ ନବବର୍ଷରେ ଏହା ୯ଦିନ ବ୍ୟାପି ବଡ଼ ରୋମାଚଂକ ଭାବେ କାର୍ଯ୍ୟକ୍ରମ କରିବା ପାଇଁ ସଂଘର ସମ୍ପାଦକ ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ ଏହା ପ୍ରକାଶ କରିଛନ୍ତି ।
