- *ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ପକ୍ଷରୁ କରଲା ପତରିଆ ବାଘ ଛାଲ ଓ ଦୁଇଟି ସମ୍ବର ଶିଘଂ ଜବତ ଦୁଇଟି ମାମଲାରେ ଛଅ କୋର୍ଟ ଚାଲାଣ*
ନୂଆପଡ଼ା( ମିଖାଏଲ ନନ୍ଦ
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବନଖଣ୍ଡ ପକ୍ଷରୁ କରଲା ପତରିଆ ବାଘ ଛାଲ ଓ ଦୁଇଟି ସମ୍ବର ଶିଘଂ ଜବତ ଦୁଇଟି ମାମଲାରେ ଛଅ କୋର୍ଟ ଚାଲାଣ। ଗୁରୁବାର ଖଡ଼ିଆଳ ରେଞ୍ଜ ଅଞ୍ଚଳର ପତାଳଘୁଟକୁରି ଗ୍ରାମର ମହେଶ ସାହୁ (୬୨) ଓ ତାଙ୍କ ପୁଅ ଗଜାନନ ସାହୁ (୨୬) ଚିତା ବାଘ ଛାଲ ରଖିଥିବା ଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଅନ୍ୟ ଏକ ଘଟଣାରେ ଶୁକ୍ରବାର ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ବୋଡେ଼ନ ସେକ୍ସନ ଚାରିଜଣ ବ୍ୟକ୍ତି ଗୋଟିଏ ଚିତା ବାଘ ଛାଲ ଓ ଦୁଇଟି ସମ୍ବର ସିଙ୍ଗ ରଖି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ନୂଆପଡା ଥାନା ଅନ୍ତର୍ଗତ ଦିନେଶ ମାଝି (୬୨), ସୁକୁରାମ ଚିନ୍ଦା (୪୫), ପୂର୍ଣ୍ଣଚନ୍ଦ୍ର ମାଝି (୪୬) ଓ ମଧୁସୂଦନ ମାଝି (୫୫) ସମସ୍ତେ ବୋଡେ଼ନ ଥାନା ଅନ୍ତର୍ଗତ ସରାଧାରପୁର ଗ୍ରାମର ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଆଜିଜ ଖାଁନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଛଅ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଦୁଇ ଜଣ ଫେରାର ଥିବା ଜଣାପଡିଛି। ଚଢ଼ାଉର ନେତୃତ୍ୱ ନେଇଥିଲେ ଏସିଏଫ ପ୍ରଶ୍ନଜିତ ନାଏକ ଓ ମହମ୍ମଦ ମୁସ୍ତାଫା ସାହିଲ ସମେତ ସ୍ଥାନୀୟ ବନ କର୍ମଚାରୀ। ଅଭିଯୁକ୍ତ ମାନଙ୍କୁ ୱାଇଡ଼ ପ୍ରୋଟେକ୍ସନ ଆଇନ ଓ ବେଆଇନ ଭାବରେ ସବୁଆନ ପଟ୍ଟା ରଖିଥିବା ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ବନଖଣ୍ଡ ଅଧିକାରୀ ଶ୍ରୀ ଖାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।
