ନୂଆଁ ବର୍ଷ ରେ ଶାନ୍ତିଝର ରେ ଭିଡ ଜମାଇଲେ ପର୍ଯ୍ୟଟକ
……………………………
ଧରାକୋଟ,
ଧରାକୋଟ ଗଡ ନିକଟରେ ଥିବା ପ୍ରାକୃତିକ ଶୋଭାରଜିରେ ଭରପୁର ପର୍ଯ୍ୟଟନ ସ୍ଥଳୀ ଶାନ୍ତିଝର ପୀଠରେ ଆଜି ନୂଆଁ ବର୍ଷ ଅବସରରେ ଶହ ଶହ ପର୍ଯ୍ୟଟକ ବେଶ ଭିଡ ଜମାଇଥିଲେ । ଆଜି ନୂଆଁ ବର୍ଷରେ ହେବାକୁଥିବା ଭିଡ କୁ ଆଖି ଆଗରେ ରଖି ଶାନ୍ତିଝର ଉନ୍ନୟନ କମିଟି ପକ୍ଷରୁ ସଭାପତି ସୁନୀଲ ଚୌଧୁରୀ ସ୍ଵତନ୍ତ୍ର ଭାବରେ ପରିବେଶର ସ୍ବଚ୍ଛତା, ପିଇବା ପାଣି ର ସୁ ବନ୍ଦୋବସ୍ତ ,ପାର୍କିଂ ବ୍ୟବସ୍ଥା,ବଜାର ବ୍ୟବସ୍ଥା ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିଥିଲେ । ଯାହାକୁ ଆଜିର ଦିନପାଇଁ ବେସ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଏଣୁ ଶହ ଶହ ପର୍ଯ୍ୟଟକ ବେଶ ଉତ୍ସାହ ଓ ଖୁସିରେ ବଣ ଭୋଜିର ମଜା ଉଠାଇଥିଲେ । ଶାନ୍ତିଝର ପୀଠର ତଳ ଭାଗରେ ଭୋଜି ଭାତ କରିବା ସହ ମା କଠୁଳିଆ ଦେବୀ,ମଧ୍ୟରେ ଥିବା ମା ଗଡଚଣ୍ଡୀ ଓ ଉପର ଭାଗରେ ଥିବା ହନୁମାନ ବାଟିକା କୁ ପର୍ଯ୍ୟଟକ ମାନେ ବୁଲି ଦେଖିଥିଲେ । ଏହା ଛଡା ଶିଶୁ ଉଦ୍ୟାନ, ସେଲଫି ପଏଣ୍ଟ, ଲଭର୍ସ ପଏନ୍ଟ ରେ ବେଶ ଭିଡ ଜମାଇଥିଲେ ପର୍ଯ୍ୟଟକ । ସଂପ୍ରତି ଶାନ୍ତିଝର ପରିସରରେ ଶଙ୍କର ଗିରି ରେ ଆଦିଯୋଗି ଶଙ୍କର ଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଉନ୍ନୟନ କମିଟି ପକ୍ଷରୁ ନିଷ୍ପତି ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଯାହାକି ଶାନ୍ତିଝର ପୀଠର ଶୋଭା ବର୍ଦ୍ଧନ ରେ ଯଥେଷ୍ଟ ସହାୟକ ହେବ ଏବଂ ପର୍ଯ୍ୟଟକ ମାନଙ୍କୁ ଆହୁରି ଆକର୍ଷିତ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ପାଲଟିଥିବା ଏହି ପୀଠ ପ୍ରତି ସରକାରୀ ଉଦାସୀନତା । ଏହି ପୀଠକୁ ପକ୍କା ରାସ୍ତା ନିର୍ମାଣ,ଭିତ୍ତିଭୂମିର ବିକାଶ, ସୌନ୍ଦର୍ଯ୍ୟ କରଣ,ଆଲୋକି କରଣ ଭଳି କାର୍ଯ୍ୟର ଆବଶ୍ୟକତା ରହିଛି। ଏଣୁ ରାଜ୍ୟ ସରକାର ପର୍ଯ୍ୟଟନ ମାନଚିତ୍ରରେ ଶାନ୍ତିଝର ପୀଠକୁ ସାମିଲ କରି ଏହାର ବିକାଶ କରିବା ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି।
