*ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୩/୪ ରେ ପୌର ପ୍ରଶାସନ, ୧୦ ଗୋଟି ଅଭିଯୋଗ ଶୁଣାଣି, ୧୦ ଗୋଟି ଭିଯୋଗ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୩/୪ ରେ ପୌର ପ୍ରଶାସନ, ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣାଣୀ କରିଛନ୍ତି। ଏହି ଶୁଣାଣୀ ଶିବିର ରେ ଦୁଇ ଗୋଟି ୱାର୍ଡ ରୁ ୧୦ ଗୋଟି ଅଭିଯୋଗ ଶୁଣାଣି କରିଥିଲେ। ୧୦ ଗୋଟି ଅଭିଯୋଗକୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ୭ ଗୋଟି ଅଭିଯୋଗ ବିଶେଷ ରୂପେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୭ ଗୋଟି ଅଭିଯୋଗ ଆସିଥିବା ବେଳେ ୩ ଗୋଟି ଭତ୍ତା ବାବଦକୁ ଆସିଥିଲା। ସମସ୍ତ ଅଭିଯୋଗ ସମାଧାନ ପାଇଁ ଏନଏସି କର୍ମଚାରୀ ଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଶିବିର ରେ ଖଡିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ୱାର୍ଡ ସଭ୍ୟା କିରଣ ତାଣ୍ଡି, ରାଜାରାଣୀ ପଟ୍ଟନାୟକ, ବିଭାଗୀୟ ଯନ୍ତ୍ରୀ ଅରୁଣ କୁମାର ପାତ୍ର, ଏନ୍ ଏ ସି କର୍ମଚାରୀ ମାନେ ଯୋଗ ଦେଇଥିଲେ।
