*ନୂଆପଡା ଜ଼ିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (NASS)ର ସାଧାରଣ ବୈଠକ ସହ ସିନାପାଳି ଜୟ ଜଗନ୍ନାଥ ସାମ୍ବାଦିକ ସଂଘ କାର୍ଯ୍ୟଳୟ ଉଦଘାତିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୪.୧୨.
ନୂଆପଡା ଜ଼ିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (NASS) ର ବାର୍ଷିକ ସାଧାରଣ ବୈଠକ ଓ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଶୁଭ ଉଦ୍ଘାତୀତ ହୋଇଯାଇଛି। ଆୟୋଜିତ ବାର୍ଷିକ ବୈଠକ ରେ NASS ଜ଼ିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ କାର୍ଯ୍ୟକାରୀଣୀ ସଦସ୍ୟ ବିଜୟ କୁମାର ସହିଷ ଯୋଗଦେଇ ଉଦବୋଧନ ଦେଇଛନ୍ତି। ସେହିଭଳି ସମ୍ମାନିତ ଅତିଥି ଭାବରେ NASS ଉପ ସଭାପତି ଜଗନ୍ନାଥ ସାଗର, NASS ସାଧାରଣ ସମ୍ପାଦକ ଅଜିତ କୁମାର ଯୋଶୀ ମଞ୍ଚାସିନ ରହିଥିଲେ। ଏହି ଅବସରରେ ସର୍ବ ପ୍ରଥମେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ନୂତନ କାର୍ଯ୍ୟାଳୟ କୁ ଅତିଥିଙ୍କ ଦ୍ଵାରା ଶୁଭ ଉଦଘାଟନ କରିଛନ୍ତି। ପରେ ଆୟୋଜିତ ସାଧାରଣ ବୈଠକରେ ସମସ୍ତ ସାମ୍ବାଦିକ ଙ୍କୁ ନିର୍ଭୁଲ ନିରପେକ୍ଷ ଏବଂ ତଥ୍ୟ ଭିର୍ତ୍ତିକ ସମ୍ବାଦ ପରିବେଷଣ କରି ସମାଜର ଦଳିତ, ପତିତ ଅସହାୟ ଙ୍କୁ ସହାୟତା ଯୋଗାଇ ଦେବା ସହିତ ନିଜ ଅଞ୍ଚଳ ର ମୌଳିକ ସମସ୍ୟା ଓ ତାର ସମାଧାନ କ୍ଷେତ୍ରରେ ଅଗ୍ରସର ପାଇଁ ଆହ୍ବାନ କରିଛନ୍ତି।
