ମହାରାଜା ପୂର୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ବିଶ୍ବ AIDS ଦିବସ ପାଳିତ
ବାରିପଦା, ତା ୧/୧୨/୨୦୨୫ ରିଖ ମହାରାଜା ପୂର୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ବିଶ୍ବ AIDS ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ବିଶ୍ବ ରେଡକ୍ରସର ପ୍ରତିଷ୍ଠାତା ଜିନ ହେନେରୀ ଡୁନାଣ୍ଟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଉଦଘାଟନ କରିଥିଲେ । ଏହି ଦିବସରେ କଲେଜ ପ୍ରାଙ୍ଗଣରୁ AIDS ସଚେତନତା ପଦଯାତ୍ରା କରାଯିବା ସହିତ ପିଲାମାନଙ୍କ ମଧ୍ୟରେ AIDS ଭୟାବହତା ବିଷୟରେ ଧାରଣା ସୃଷ୍ଟି କରିବା ପାଇଁ ଏକ ସଭା କରାଯାଇଥିଲା । ଏହି ସଭାରେ ଅଧ୍ୟକ୍ଷ ପ୍ରଫେସର ବେହେରା HIV ଓ AIDS ଉପରେ ନିଜର ମନ୍ତବ୍ୟ ବ୍ୟାଖ୍ୟା କରି ଏହାର ନିରାକରଣ ଉପରେ ପ୍ରାଧାନ୍ୟ ଦେଇଥିଲେ । କାଉନସେଲର ଡ. ହରପ୍ରସାଦ ମହାପାତ୍ର AIDSର କାରଣ ଏବଂ ସଂକ୍ରମଣ ବିଷୟରେ ଉଦବଧନ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଅନ୍ୟ କାଉନସେଲର ଯଥା ସୁପ୍ରିମ ମଣ୍ଡଳ, ଦୀପିକା ରଣା, ଜାତୀୟ ସେବା ଯୋଜନାର ଅଧିକାରୀ ଡ. ଅନାମ ରାଉଳ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ବର୍ଗର କର୍ମଚାରୀ ଉପସ୍ଥିତ ଥିଲେ । ପରିଶେଷରେ ଏମ. ପି. ସି. ଅଟୋ କଲେଜର ରେଡକ୍ରସ କାଉନସେଲର ଶ୍ରୀ ଆଲେକ୍ସ ହେମବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ ।
