*ଆଜି ଅପରାହ୍ନ ୪ ଘଣ୍ଟା ରୁ ଉପ ନିର୍ବାହ ପ୍ରଚାର ବନ୍ଦ, ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଗ୍ରାମ ସଭା ନିର୍ବାଚନ ପ୍ରଚାର, ସାଂସଦ ପ୍ରଦୀପ ପୁରୋହିତ ସହ ଓଡ଼ିଆ ହିରୋଇନ୍ ଙ୍କ ନିର୍ବାଚନ ପ୍ରଚାର*
ନୂଆପଡା(ମିଖାଏଲ ନନ୍ଦ)
ଆଜି ଅପରାହ୍ନ ୪ ଘଣ୍ଟା ରୁ ଉପ ନିର୍ବାହ ପ୍ରଚାର ବନ୍ଦ ହେବା ନେଇ ନିର୍ବାଚନ ଆୟୋଗ ପକ୍ଷ ରୁ ଘୋଷଣା । ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଗ୍ରାମ ସଭା ନିର୍ବାଚନ ପ୍ରଚାର କରିଛନ୍ତି। କୋମନା ବ୍ଲକ ବାଘାମୁଣ୍ଡା ଗ୍ରାମ ରେ ମହିଳା ପୁରୁଷ ଙ୍କୁ ନେଇ ଏକ ନିର୍ବାଚନ ପ୍ରଚାର ଗ୍ରାମ ସଭା ଅନୁଷ୍ଠିତ ହୋଇଅଛି। ଏହି ସଭାରେ ସାଂସଦ ପ୍ରଦୀପ ପୁରୋହିତ ସହ ଓଡ଼ିଆ ହିରୋଇନ୍ ପିଙ୍କି ପ୍ରଧାନ, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ସଂଜୟ ତିୱାରୀ ଯୋଗ ଦେଇ ନିର୍ବାଚନ ପ୍ରଚାର କରିଛନ୍ତି। କେନ୍ଦ୍ର ରେ ବିଜେପି ସରକାର ଏବଂ ରାଜ୍ୟ ରେ ମଧ୍ୟ ବିଜେପି ସରକାର ଥିବା ବେଳେ ନୂଆପଡ଼ା ରେ ବିଜେପି ପ୍ରାର୍ଥୀ ବିଜୟୀ ହେଲେ ବିକାଶ ଏକ ସମାନତା ରେ ବୃଦ୍ଧି ହେବ ବୋଲି ପ୍ରକାଶ କରିଛନ୍ତି।
