ମଠକରଗୋଳା ମହାବିଦ୍ୟାଳୟ ରେ ଭାରତ ସ୍କାଉଟ ଓ ଗାଇଡର ପ୍ରତିଷ୍ଠା ଉତ୍ସବ
—————————————–କାମାକ୍ଷାନଗର ,
ଅଦ୍ୟ କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଭାରତ ସ୍କାଉଟ୍ ଓ ଗାଇଡ୍ ର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ସମସ୍ତ ଛାତ୍ର ଛାତ୍ରୀ ସାମୂହିକ ବନ୍ଦେ ମାତରଂ ଗାନ କରିଥିଲେ। ରୋଭର୍ ଲିଡର ଲଳିତ କୁମାର ବେହେରା ଆଜି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ରେଞ୍ଜର ଲିଡର ଅର୍ଚ୍ଚିତା ମହାମାନସିଂ ସ୍ଵେଚ୍ଛାସେବୀ ମାନେ କିପରି ଦେଶ ମାତୃକାର ସେବା କରି ପାରିବେ ସେ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଅତିଥି ଭାବେ ଯୋଗ ଦେଇଥ ଆମ ଗୌରବ ଆମ କଲେଜର ସଂଯୋଜିକା ଅଧ୍ୟାପିକା ଶୁଭ ସ୍ମିତା ବିଶ୍ଵାଳ, ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ର ସଂଯୋଜିକା ଅଧ୍ୟାପିକା ସ୍ଵପ୍ନିତା ରାଉତ ଓ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରଦିପ୍ତ କୁମାର ସାହୁ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଦେଶ ସେବାର ମହାନ ବ୍ରତ ପାଳନ ପାଇଁ ଆହ୍ବାନ ଦେବା ସହ ମାନବ ସେବା ହିଁ ମାଧବ ସେବା ବୋଲି ଅବତାରଣା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ” ପେହେଲ ଗାଁଓଁ ଆକ୍ରମଣ ଓ ଅପରେସନ ସିନ୍ଦୂର” ସମ୍ପର୍କିତ ନାଟକ ପରିବେଷଣ କରିଥିଲେ।ପରିଶେଷରେ ରେଞ୍ଜର ଲିଡର ଅର୍ଚ୍ଚିତା ମହାମାନସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ।
