ଅନାସ୍ଥା ଭୋଟରେ ହାରିଲେ ବିଞ୍ଝାରପୁର ବ୍ଲକ ରଣପୁର ପଞ୍ଚାୟତ ସରପଞ୍ଚ ରୀୟଙ୍କା ଜେନା
ଯାଜପୁର /(ଭଞ୍ଜଦୂତ :ନିପ୍ର )ରିପୋର୍ଟର :- ଉତ୍ତମ କୁମାର ଦାସ
ବିଞ୍ଝାରପୁର ଅନାସ୍ଥା ଭୋଟରେ ହାରିଲେ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଞ୍ଚାୟତ ର ସରପଞ୍ଚ ରିୟଙ୍କା ଜେନା | ପଞ୍ଚାୟତର ୧୫ ଜଣ ୱାର୍ଡ଼ସଭ୍ୟଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ଭୋଟ ରେ ସାମିଲୀ ହୋଇଥିବା ବେଳେ ରିୟକାଙ୍କ ବିପକ୍ଷରେ ପଡିଥିଲା ୧୧ ଖଣ୍ଡ ଭୋଟ | ପୂର୍ବରୁ ଗତ ମାସ ୮ତାରିଖରେ ଏହି ଅନାସ୍ଥା ଭୋଟ ଥିବାବେଳେ ଜଣେ ୱାର୍ଡ ସଭ୍ୟଙ୍କୁ ଅପହରଣ କରାଯାଇଥିଲା | ସେଥିଲାଗି ଭୋଟ ବନ୍ଧ ରହିଥିଲା | ୱାର୍ଡସଭ୍ୟଙ୍କୁ ଉଦ୍ଧାର ପରେ ୦୬/୧୧ଦିବା ୧୧ଘଟିକା | ଏହି ନିର୍ଦ୍ଧାରିତ ସମୟ ସୀମା ଭିତରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଥିଲା ଦଶରଥ ପୁର ର ତହସିଲଦାର ସଭ୍ରାଂଶୁ ଶେଖର ସାହୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଅନାସ୍ଥା ଭୋଟ ପରିଚାଳନା କରିଥିଲେ |ଏବଂ ପୁଲିସର କଢ଼ା ସୁରକ୍ଷା ବଳୟ ମଧ୍ୟରେ ଅନାସ୍ଥା ଭୋଟ ହୋଇ ଥିଲା |ପଞ୍ଚାୟତରେ ଆଇନ ଶୃଙ୍ଖଳା ପରସ୍ଥିତିକୁ ଦୃଷ୍ଟିରେ ରଖି ବିଭିର୍ଣ୍ଣ ସ୍ଥାନରେ ପୁଲିସ ମୁତୟନ ରହିଥିଲେ | ସୂଚନା ମୁତାବକ ରଣପୁର ସରପଞ୍ଚ ରିୟାଙ୍କ ବିରୁଦ୍ଧରେ ନାଏବ ସରପଞ୍ଚ ବନମାଳୀ ସାମଲଙ୍କ ନେତୃତ୍ୱରେ ୧୦ଜଣ ୱାର୍ଡସଭ୍ୟ ଯାଜପୁର ଉପଜିଲ୍ଲାପାଳ ତାପସ ରଞ୍ଜନ ବେହୁରିଆଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଲିଖିତ ଜଣାଇ ଥିଲେ | ଉପଜିଲ୍ଲାପାଳ ଦରଖାସ୍ତ ଟିକୁ ଗ୍ରହଣ କରିଥିଲେ ଓ ସେପ୍ଟେମ୍ବର ୮ତାରିଖକୁ କୁ ମତଦାନ ପାଇଁ ଧାର୍ଯ୍ୟ କରିଥିଲେ |ହେଲେ ସେପ୍ଟମ୍ବର ୧ତାରିଖ ରଣପୁର ଗ୍ରାମର ୩ ନମ୍ବର ୱାର୍ଡସଭ୍ୟ ଧନେଶ୍ୱର ସେଠି ଅପହରଣ କୁ ନେଇ ନଭେମ୍ବର ୬ତାରିଖ ଦିନ ରଣପୁର ପଞ୍ଚାୟତ ଅଫିସ ଗୃହରେ ମତଦାନ ଶେଷହୋଇଥିଲା। ବିଞ୍ଝାରପୁର ଜାହାକି ବି ଜେ ଡି ଗଡ଼ ଭାବେ ବୋକାଉଥିବା ବେଳେ ଏବେ କିନ୍ତୁ ଧୀରେ ଧୀରେ ଭୁଶୁଡିବାକୁ ଲାଗିଛି। ଏଠାକାର ଲଗାତାର ବିଧ୍ୟାକ ଥିବା ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କୁ ବାଜିମାତ କରି ବି ଜେ ପି ବାଜି ମାରି ନେଇଛି। ସାରା ପଞ୍ଚାୟତ ଏବେ ପଦ୍ମ ମୟ ହୋଇ ଚାଲିଛି।
