*ଦଇପୁର ଗ୍ରାମରେ ୨୨ତମ କାର୍ତ୍ତିକେଶ୍ବର ପୂଜା ଉଦଯାପିତ*
ଦଶରଥପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ଉତ୍ତମ କୁମାର ଦାସ
ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନ ଦଇପୁର ଗ୍ରାମରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ବହୁ ଆଡମ୍ବର ସହିତ ୨୨ତମ କାର୍ତ୍ତିକେଶ୍ବର ପୂଜା ପାଳିତ ହେଉଛି । ଏହି ପୂଜା ପାଇଁ ଦଇପୁର ଗ୍ରାମର ପୋଖରୀ ରୁ ମୃତ୍ତିକା ଉଠାଣ କରାଯାଇ ସ୍ଥାପନ କରାଯାଇଥିଲା । ପୂଜାରେ ପ୍ରଥମ ଦିନରେ କଳସ ସ୍ଥାପନ,ଶୈଳପୁତ୍ରୀ ପୂଜା,ବନ୍ଦାଧିବାସ ଜୀବନ୍ୟାସ କରିଥିଲେ । ଏହି ପୂଜା ୩ ନଭେମ୍ବର ରୁ ଆରମ୍ଭ ହୋଇ ୫ ନଭେମ୍ବର ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଚାଲୁ ରହିବ ବୋଲି ପୂଜା କମିଟି ଜଣାଇଛନ୍ତି । ଏହି ପୂଜାରେ କର୍ତ୍ତା ଭାବେ ଲକ୍ଷ୍ମଣ ସ୍ୱାଇଁ ଓ ତାଙ୍କ ଧର୍ମ ପତ୍ନୀ ମଲ୍ଲୀ ସ୍ୱାଇଁ ନିର୍ବାହ କରୁଛନ୍ତି । ପଣ୍ଡିତ ଭାବେ ପ୍ରମୋଦ ପଣ୍ତା ରୀତିନୀତି ଅନୁଯାଇ ପୂଜା ଅର୍ଚ୍ଚନା କରୁଛନ୍ତି । ପୂଜା ସନ୍ଧ୍ୟାରେ ଭଜନ କୀର୍ତ୍ତନରେ ପରିବେଶ ଭକ୍ତିମୟ ସୃଷ୍ଟି ହୋଇଥିଲା । ଏହି ପୂଜାକୁ ଦେଖିବା ପାଇଁ ଆଖପାଖର ଗ୍ରାମରୁ ଶତାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ଏଥିରେ କାର୍ତ୍ତିକେଶ୍ବର ପୂଜା ପରିଚାଳନା କମିଟିର ସଦସ୍ୟ ଅଲେଖ ଖଟୁଆ,ବିଶ୍ୱନାଥ ଖଟୁଆ,ପ୍ରମୋଦ ସାହୁ,ପ୍ରଭାତ ରାଉତ,ସୁରେଶ ସ୍ୱାଇଁ,ନିରଞ୍ଜନ ସାହୁ,କେଶବ ସ୍ୱାଇଁ,ଡମ୍ବରୁଧର ସ୍ୱାଇଁ,ଗଣେଶ୍ବର ବସ୍ତିଆ,ଶଙ୍କର୍ଷଣ ରାଉତ,ନିଶିକାନ୍ତ ସାହୁ,ରଶ୍ମୀକାନ୍ତ ଓଝା,ଅନିଲ୍ ବସ୍ତିଆ ଓ ଗ୍ରାମବାସୀ ପ୍ରମୁଖ ସାମିଲ ହୋଇ ପ୍ରଭୁଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।
