ବୌଦ୍ଧ ରେ ଦୁର୍ନୀତି ନିବାରଣ ବିଭାଗ ଏବଂ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ :- ଅଦ୍ୟ ତା. 1.11.2025 ରିଖ
(ଶନିବାର) ଦିନ ଦିବା 11 ଘଟି କା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଦୁର୍ନୀତି ନିବାରଣ ସଚେତନତା ସଭା ଓ ସlଧୁତାର ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି l ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗ ଦେଇ ସାଧୁତା ର ଶପଥ ପାଠ କରାଇଥିଲେ l ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଯୋଗ ଦେଇଥିଲେ | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏକ ସ୍ୱ ରଚିତ କବିତା ପାଠ କରିଥିଲେ l ସହକାରୀ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଶରତ କୁମାର ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସମ୍ମାନୀତ ଅତିଥି ଭାବେ ଡେପୁଟି କମlଣ୍ଡେଣ୍ଟ, 5 ତମ ବାଟାଲିଆନ, ବଲାସିଂଘl, ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ସୁରେଶ କୁମାର କଁହର, ଚିତ୍ତରଞ୍ଜନ ମାଝୀ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ସଂଘମିତ୍ରl ପଣ୍ଡା, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ଅଧ୍ୟାପକ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଡ଼. ପ୍ରବୀର ଦାସ, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶ୍ୟାମ ସୁନ୍ଦର ମହାପାତ୍ର, ସମ୍ମାନିତ ଭାବରେ ଯୋଗ ଦେଇ ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ୱ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଏଥି ସହ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଅନ୍ଵେଷା ମିଶ୍ର, ସମୃଦ୍ଧି ଅଗ୍ରୱାଲ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ସୁନେଲି ବାଘ ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ୱ ବିଷୟ ରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ପ୍ରୀତି ପ୍ରଜ୍ଞା ହୋତା ଏକ ସ୍ୱ ରଚିତ କବିତା ପାଠ କରିଥିଲେ l ଏହି ଅବସରରେ କଳାକାର ସ୍ୱାଧୀନ କୁମାର ପରିଡା, କରୁଣାକର ବଗର୍ତ୍ତୀ ଦୁର୍ନୀତି ବିରୁଦ୍ଧରେ ଏକ ଦାସକାଠିଆ ପରିବେଷଣ ସହ ଉଦଯାପନୀ ସଂଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଉପ ଆରକ୍ଷୀ ଅଧିକ୍ଷକ, ଭିଜିଲାନ୍ସ ବିଭାଗ, ବୌଦ୍ଧ ଶାଖା ଜଗବନ୍ଧୁ ଅଙ୍ଗାରିଆ ସମସ୍ତ ଙ୍କ ମିଳିତ ସହଯୋଗ ରେ ଦୁର୍ନୀତି ର ମୁଳୋତ୍ପାଟନ ସମ୍ଭବ ବୋଲି ବକ୍ତ ବ୍ୟ ପ୍ରଦାନ କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ର ଷ୍ଟେନୋ ମକରଧ୍ବଜ୍ ଦିଶିରୀ, କର୍ମଚାରୀ ହର ପ୍ରସାଦ ପରମଗୁରୁ ମହାପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ, ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, ଜ଼ିଲ୍ଲା ପାଠl ଗାର କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି, ବୀର କିଶୋର କର୍ମୀ, ଚନ୍ଦ୍ରକାନ୍ତ ବେହେରା, ପ୍ରାଣବନ୍ଧୁ ବେହେରା ପ୍ରମୁଖ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ବରିଷ୍ଠ ରାଜସ୍ୱ ସହାୟକ, କନିଷ୍ଠ ରାଜସ୍ବ ସହାୟକ ମାନେ ଉପସ୍ଥିତ ଥିଲେ l ପ୍ରାରମ୍ଭରେ ଉପସ୍ଥିତ ସମସ୍ତଙ୍କୁ ସି ଡି ଓ ଶ୍ରୀଯୁକ୍ତ ଦଣ୍ଡସନା ସାଧୁତାର ଶପଥ ପାଠ କରାଇ ଥିଲେ l ସଭା ଶେଷରେ ବିଭିନ୍ନ ଶିକ୍ଷlନୁଷ୍ଠାନ ମଧ୍ୟରେ ପୂର୍ବରୁ ଆୟୋଜିତ ହୋଇଥିବା ଦୁର୍ନୀତି ନିବାରଣ ସମ୍ପର୍କୀତ ପ୍ରତିଯୋ ଗୀତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ବୌଦ୍ଧ ରୁ କୃଷ୍ଣ ଚନ୍ଦ୍ର ସିଂହ ଜ଼ିଲ୍ଲା ପ୍ରତିନିଧି ଭଂଜଦୂତ ନିୟୁଜ଼
