*ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ, ଦଳୀୟ ପ୍ରାର୍ଥିଙ୍କୁ ବିଜୟ ନେଇ ତୁଙ୍ଗ ନେତା ମାନେ ନୂଆପଡ଼ା ରେ ପ୍ରଚାର ଦାୟିତ୍ବ, ଗଣତନ୍ତ୍ର ର ସୁରକ୍ଷା ସହ ଭୋଟ ର ମହତ୍ତ୍ଵ ଉପରେ ସଚେତନ- ରବୀ ନାଏକ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ, ଦଳୀୟ ପ୍ରାର୍ଥିଙ୍କୁ ବିଜୟ ନେଇ ତୁଙ୍ଗ ନେତା ମାନେ ନୂଆପଡ଼ା ରେ ପ୍ରଚାର ଦାୟିତ୍ବ, ଗଣତନ୍ତ୍ର ର ସୁରକ୍ଷା ସହ ଭୋଟ ର ମହତ୍ତ୍ଵ ଉପରେ ସଚେତନ କରୁଥିବା ମନ୍ତ୍ରୀ ରବୀ ନାରାୟଣ ନାଏକ ପ୍ରକାଶ କରିଛନ୍ତି। ଆଜି ବଞ୍ଜାରୀ ମଣ୍ଡଳ ରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷ ରେ ମୋଟ ଦେବାକୁ ଆହ୍ବାନ କରିଛନ୍ତି। ଭାରତୀୟ ଜନତା ପାର୍ଟିର ରାଜନୀତି ଶାସନ ପାଇଁ ନୁହଁ ରାଷ୍ଟ୍ର ପାଇଁ ଉଦ୍ଧିଷ୍ଟ ବୋଲି କହିଥିଲେ। ବିଜେପି ଦଳ ସଂକଳ୍ପ ନେଇଛି ପ୍ରଥମେ ରାଷ୍ଟ୍ର, ଦ୍ବିତୀୟ ଦଳ ଏବଂ ତୃତୀୟ ବ୍ୟକ୍ତି ଉପରେ ଚିନ୍ତା କରେ। ଗଣତନ୍ତ୍ର ସୁରକ୍ଷା ପାଇଁ କାର୍ଯ୍ୟ କରି ସଚେତନ କରୁଥିବା ବେଳେ ନୂଆପଡ଼ା ଜିଲ୍ଲାକୁ ଶୀର୍ଷ ଜିଲ୍ଲା ଗଠନ ର ଲକ୍ଷ ରହିଅଛି ବୋଲି କହିଥିଲେ।
