ନୂଆପଡ଼ା ଉପ ନିର୍ବାଚନ ! ସଠିକ ସିଦ୍ଧାନ୍ତ ନେବାରେ ନୂଆପଡ଼ାବାସୀ ଖୁବ ସିଦ୍ଧହସ୍ତ !
ନୂଆପଡ଼ା ଉପ ନିର୍ବାଚନ ଦିନକୁ ଦିନ ବେଶ ଜମି ଜମି ଆସୁଥିବା ବେଳେ, ତିନି ପ୍ରମୁଖ ରାଜନୈତିକ ଦଳର ପ୍ରଚାର ଜୋରଦାର ଆରମ୍ଭ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି। ତେବେ ନୂଆପଡ଼ା ନିର୍ବାଚନ ଇତିହାସ ପୃଷ୍ଠା ଓଲଟାଇଲେ ଯାହା ଲକ୍ଷ୍ୟ କରାଯାଉଛି,ଏଠିକାର ଭୋଟର ଖୁବ ସଚେତନ ଆଉ ସଠିକ ନିର୍ଣୟ ନେବାରେ ଖୁବ ସିଦ୍ଧହସ୍ତ। ୧୯୯୦ ତଥା ୧୯୯୫ରେ ଏଠୁ ଜନତା ଦଳ ବିଜୟୀ ହୋଇଥିବା ନଜିର ରହିଥିବା ବେଳେ, ୧୯୯୫ ରେ ଜନତା ଦଳ କିନ୍ତୁ ସରକାର ଗଢ଼ିବାରେ ଅସମର୍ଥ ହୋଇଥିବା ନଜିର ରହିଛି। ୧୯୯୫ ରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବାକୁ ସକ୍ଷମ ହୋଇଥିବା ବେଳେ, ୧୯୯୭ ଉପ ନିର୍ବାଚନରେ ନୂଆପଡ଼ା ବାସୀ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ, ଯାହାକି କଂଗ୍ରେସର ଜଗନ୍ନାଥ ପଟ୍ଟନାୟକ ବାଜିମାତ କରିଥିଲେ। ପରବର୍ତ୍ତୀ ସମୟରେ ବିଜେଡି ବିଜେପି ମେଣ୍ଟ ସମୟରେ ଓ ମେଣ୍ଟ ଭାଙ୍ଗିବା ପରେବି ବି ଉଭୟ ଦଳରୁ ପ୍ରାର୍ଥୀ ବିଭିନ୍ନ ସମୟରେ ଜିତିଥିବାର ନଜିର ରହିଛି। କେତେବେଳେ ବିଜେପିରୁ ବସନ୍ତ ପଣ୍ଡା ତ ପୁଣି କେତେବେଳେ ବିଜେଡ଼ିରୁ ରାଜେନ୍ଦ୍ର ଢୋଲକିଆ। ଯାହା ଶୁଣିବାକୁ ମିଳୁଛି, ନୂଆପଡ଼ା ବାସୀ ନିଜର ମତଦାନ ସରକାରଙ୍କ ସପକ୍ଷରେ ବିଶେଷ ଗୁରୁତ୍ବ ଦେଉଥିବା ବେଳେ, ୧୯୯୫ ପରି ୨୦୨୪ ରେ ମଧ୍ୟ ବିଜେଡ଼ିକୁ ଲକ୍ଷ୍ୟରେ ରଖି ମତଦାନ ଦେଇଥିଲେ, ହେଲେ ୧୯୯୫ ପରି ୨୦୨୪ ରେ ବିଜେଡ଼ି ସରକାର ଗଢ଼ିବାରେ ଅସମର୍ଥ ହୋଇଥିବା ନଜିର ରହିଛି। ୧୯୯୫ ରେ ଅଚାନକ ଜନତା ଦଳ ସରକାରରେ ନ ଆସିବା ଭଳି ୨୦୨୪ ରେ ବିଜେଡ଼ି ବି ସରକାର ଗଢିବାରେ ଅସମର୍ଥ। ତେବେ ଏହି ଉପ ନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ ରହିଥିବା ବେଳେ, ୧୯୯୭ ଉପ ନିର୍ବାଚନ ଭଳି ଫଳାଫଳ ହେବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନପାରେ, ଯାହାକି ସରକାରଙ୍କ ସପକ୍ଷରେ ! ତେବେ ନୂଆପଡ଼ା ରାଜନୀତି ଇତିହାସ ପୃଷ୍ଠାକୁ ବାଦ ଦେଲେ ଯାହା ଶୁଣିବାକୁ ମିଳୁଛି, ତିନି ପ୍ରମୁଖ ଦଳ ଭିତରେ ତ୍ରିମୁଖୀ ଲଢ଼େଇ ଖୁବ ଜୋରଦାର ହେବାକୁ ଥିବା ବେଳେ, ନୂଆପଡ଼ା ବାସୀ କିନ୍ତୁ ନିର୍ବାଚନ କ୍ଷେତ୍ରରେ ଖୁବ ସଚେତନ ରହିଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ!
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
