ମନ୍ଥା ଦୁର୍ବଳ କିନ୍ତୁ ଏହାର ପ୍ରଭାବ ପଡ଼ିଛି ଗଜପତି ରେ
ଗଜପତି (ଟିକି ଲିମା)
ମନ୍ଥା ର ପ୍ରଭାବ ଗୁମ୍ମା ବ୍ଲକ ର ଅନେକ ଗ୍ରାମରେ ପଡ଼ିଛି ମନ୍ଥା ଦୁର୍ବଳ ହୋଇଥିଲେ ମଧ୍ୟ କିଛି ପ୍ରଭାବ ଛାଡ଼ି ଯାଇଛି ଗାଇବା ପଞ୍ଚାୟତ ର କିମ୍ବୁସିଂ ଗ୍ରାମରେ କୁର୍ଗାସିଂ ସାହି ରେ ରଇସା ନାଇକା ବୟସ (60) ଏକ ବଧିର ସ୍ତ୍ରୀ ସ୍ୱାମୀ ଚାଲିଗଲା ପରେ ସେ ଏକା ରହୁଥିଲେ କୁର୍ଗାସିଂ ସାହିକୁ ଯିବାକୁ ହେଲେ ଚାଲିକି ଯିବାକୁ ପଡ଼େ ନା ରାସ୍ତା ଭଲ ଅଛି ନା ସେ ସାହିରେ ବିଜୁଳି ର ସୁଭିଧା ଅଛି ତଥାପି ରଇସା ନାଇକା ଦୀର୍ଘ ବର୍ଷ ଧରି ରହୁଥିଲେ କିନ୍ତୁ ଏ ଲଗାଣ ବର୍ଷା ଜଗୁ ତାଙ୍କ ଘର ଭୁଶୁଡି଼ବା ଯାଇଛି ଖବର ପାଈ ଗାଇବା ରାଜସ୍ପ ନିରିକ୍ଷକ ଓ ତୁରନ୍ତ ତହସିଲଦାର ଙ୍କୁ ଜଣାଇଲା ପରେ ଗାଇବା ପୋଲିସ ଫାଣ୍ଡି ଅଧିକାରୀ ରାମକୃଷ୍ଣ ଦାସ ଓ କୋନେଷ୍ଟେବଳ ରଂଜିତ ରାଉତ ଏବଂ ରାଜସ୍ପ ନିରୀକ୍ଷକ ସାହାଣୀ ବାବୁ ଏକ ପାଲ ନେଇ କୁର୍ଗାସିଂ ଗ୍ରାମକୁ ଯାଇ ରଇସା ନାଇକା କୁ ପ୍ରଦାନ କରିଛନ୍ତି | ବର୍ଷାରେ ଫେରିବା ସମୟରେ ଗାଇବା ପ୍ରଥମ ଘାଟିରେ ବଡ଼ ପଥର ଧସିବା ଦେଖି ଲୋକମାନଙ୍କୁ ସଚେତନା କରାଇଛନ୍ତି ପଥର ଖସିକି ରାସ୍ତା କଡ଼ରେ ଅଟକି ରହିଗଲା ଯଦି ଅଧିକ ବର୍ଷା ହୁଏ ତେବେ ବିପଦ ସଂକେତ ରହିଅଛି ଆଉ ଦୁଇଟି ବଡ଼ ବଡ଼ ପଥର ଏକ ଗଛର ଚେର ସାହାଯ୍ୟରେ ଅଟକି ରହିଛି ଯଦି ଲଗାଣ ବର୍ଷା ହେଲେ ପଥର ଖସିଯିବାର ବହୁତ ସମ୍ଭାବନା ରହିଅଛି
