ବେତନଟୀ ବ୍ଲକ ଅଧୀନ
ରଙ୍ଗା ମାଟିଆ ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ବେତନଟୀ….. ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୈଶିଙ୍ଗ ଥାନା ଅଧୀନ ରଙ୍ଗା ମାଟିଆଠାରେ ଅନୁଷ୍ଠିତ ହେଇଯାଇଛି , ପାଗ ଅନୁକୂଳ ନ ଥିବା ସ୍ୱତେ ବହୁ ସଂଖ୍ୟକ ଜନ ସମାଗମ ଦେଖିବାକୁ ମିଳିଥିଲା ଗୋଷ୍ଠୀ ପ୍ରାଣୀ ଚିକିତ୍ସାକ ଡ଼ ରଞ୍ଜନ କୁମାର ସେଠୀ ଙ୍କ ପୌରାହିତ ରେ ଅନୁଷ୍ଠିତ ମେଳା ରେ ମୁଖ୍ୟ ଅତିଥି ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗ ଦେଇ କହିଲେ ଯେ ଆମ ସରକାର ମସ୍ୟ ଓ ପ୍ରାଣୀ ସମ୍ପଦ ମାନଙ୍କର ଉନ୍ନତି ପାଇଁ ସଦାସର୍ବଦା ତତ୍ପର ଅଛନ୍ତି ସରକାର ଯାହା ସବୁ ଯୋଜନା କରିଛନ୍ତି ତାହା ଆପଣ ମାନେ ଲାଭ ଉଠାନ୍ତୁ ଉକ୍ତ ମେଳା ରେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାକ ଅଧିକାରୀ ଡ଼ ରମଣୀ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସୁତାର, ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବେତନଟୀ ଡ କୁନ୍ଦନ କୁମାର ପଣ୍ଡା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଉଦଳା
ଡ ଦୀପକ କୁମାର ପରିଡ଼ା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ବାରିପଦା ଡ ସଂଘମିତ୍ରା ପଟ୍ଟନାୟକ, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ମୟୂରଭଞ୍ଜ ଡ ଗୀତାଞ୍ଜଳି ଦାସ, ଏବଂ ଭୁବନେଶ୍ୱରରୁ ସହକାରୀ ନିର୍ଦ୍ଦେଶକ, ରାଜ୍ୟ ପ୍ରାଣୀ ଖାଦ୍ୟ ବିଶ୍ଲେଷଣଗାର, ଡ ସାନ୍ତ୍ଵନା ପଲାଇ, ସହକାରୀ ପ୍ରଫେସର, ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ଓୟୁଏଟି ରୁ ଯୋଗ ଦେଇଥିଲେ ଏହି ମେଳା ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଚାରୋଟି ଏବଂ , ମତ୍ସ୍ୟ ବିଭାଗ ଦୁଇଟି ତା ସହିତ ମିଶନ ଶକ୍ତି ରୁ ଦୁଇଟି ଓ କୃଷି ବିଭାଗର ଗୋଟିଏ ତା ସହିତ ଉଦ୍ୟାନ କୃଷି ବିଭାଗ ର ଗୋଟିଏ ଓ ମୃତିକା ସଂଗକ୍ଷଣ ର ଗୋଟିଏ ପ୍ରଦର୍ଶନୀ ଷ୍ଟଲ ହେଇ ଥିଲା ତତ ସହିତ ମଞ୍ଚ ପରିଚାଳନା ରେ ଡ ରାକେଶ କୁମାର ସାହୁ, କରିଥିବା ବେଳେ ବ୍ଲକ ର ପ୍ରାଣୀ ଚିକିତ୍ସା ଧୀନ ସମସ୍ତ ଅଧିକାରୀ ଙ୍କ ସହିତ ସହାୟକ ବ୍ଲକ ପ୍ରୋଗ୍ରାମ ର aସାନ୍ଧ୍ୟରାଣୀ ବେହେରା ସହଯୋଗ କରିଥିଲେ ଏହା ସହିତ ସଂସ୍କୃତିକ କାର୍ଯକ୍ରମ ସହିତ ସ୍ଥାନୀୟ ଲୋକଙ୍କ ଦ୍ୱାରା ପାଲା ପରିବେଷ କରାଯାଇଥିଲା ଏହା ସହିତ ସଫଳ ଚାଷୀ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରୁ 4 ଜଣ ଙ୍କୁ ଓ ମସ୍ୟ ବିଭାଗ ରୁ 4 ଜଣ ଙ୍କୁ 1000 ଟଙ୍କା ସହିତ ସମ୍ମାନିତ କରାଯାଇଥିଲା ତା ସହିତ ମେଳା ରେ ଯୋଗ ଦେଇଥିବା ଅତିଥି ଙ୍କ ଦ୍ୱାରା ପଦର୍ଶନ ହେଇଥିବା ଷ୍ଟଲଗୁଡିକ ରେ ପରିଦର୍ଶନ କରିଥିଲେ ଏହି ମେଳା ରେ ସଂସ୍କୃତିକ କାର୍ଯ୍ୟ କ୍ରମ ବେଶ ରୁଚକୋର ହେଇଥିଲା
