*କଂଗ୍ରେସ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ, ମନରେଗା ଯୋଜନା କୁ ବଜେଟ ରେ ଆର୍ଥିକ ଅନୁଦାନ କମ କରିବା ସହ ଦାଦନ ଯିବାକୁ ବିଜେପି ନେତା ଉସ୍କାଉଥିବା ଅଭିଯୋଗ।*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ସରଗରମ, ତିନି ପ୍ରମୁଖ ଦଳ ନେତାଙ୍କ ବାଗ ଯୁଦ୍ଧ, କଂଗ୍ରେସ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ, ମନରେଗା ଯୋଜନା କୁ ବଜେଟ ରେ ଆର୍ଥିକ ଅନୁଦାନ କମ କରିବା ସହ ଦାଦନ ଯିବାକୁ ବିଜେପି ନେତା ଉସ୍କାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଦଳୀୟ ପ୍ରବକ୍ତା। କଂଗ୍ରେସ ଦଳୀୟ ପ୍ରବକ୍ତା ସୋନାଲି ସାହୁ ଏବଂ ମନିଷା ଦାଶ ପଟ୍ଟନାୟକ ପ୍ରକାଶ କରିଛି। ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଖୁଣ୍ଟିଆ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରବକ୍ତା ମାନେ ଯୋଗ ଦେଇ ଦେଶରେ ଏକ ଆଇନ କୁ ଚକ୍ରାନ୍ତ କରି ବଜେଟ ରେ ଅର୍ଥ କମ ଦେବା ଅଭିଯୋଗ କରିଛନ୍ତି। ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କୁ ୨୦୨୩-୨୪ ରେ ୧୭୫୦ କୋଟି ଟଙ୍କା ଦେଇଥିବା ବେଳେ ୨୦୨୪-୨୫ ରେ ଏହାକୁ କମାଇ ୧୨୦୦ କୋଟି କରିଥିଲେ। ଫଳରେ ଶ୍ରମିକ ମାନେ ରାଜ୍ୟ ବାହାର କୁ ଦାଦନ ରୂପେ ପଳାୟନ ଏକମାତ୍ର ପନ୍ଥା ଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛନ୍ତି। କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ ଦାଦନ ଯିବା ରେ ମଜା ଅଛି ବୋଲି ତାସଲ୍ୟ କରିବା ଏକ ଦୁର୍ଭାଗ୍ୟ ଜଣକ ବୋଲି ପ୍ରକାଶ କରିଛନ୍ତି।ସରକାର ଦାଦନ ରୋକିବା ନେଇ କଣ ପଦକ୍ଷେପ ନେଇ ସ୍ପଷ୍ଟିକରଣ
