ଝାରସୁଗୁଡା ରେ ଭାସ୍କର ସୁତା କଳ ପୁଣି ଆରମ୍ଭ ହେବ
( ଜି. ଏସ. ଚାନ୍ଦଙ୍କ ରିପୋଟ)
ଝାରସୁଗୁଡା ର ଭାସ୍କର ସୂତାକଳ BTMଛକରେ ଅବସ୍ଥିତ। ଏହା ଅନେକ ଲୋକ ଙ୍କ ପରିବାର ପାଇଁ ପେଟ ପାଟଣା ର ସାଧନ ଥିଲା, ହେଲେ ଦୁଃଖ ର ବିଷୟ ଏହା ଦୀର୍ଘ ଦିନ ହେଲା ବନ୍ଦ ହେଇଯିବା ଫଳରେ ଲୋକ ମାନେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛନ୍ତି। ବିଗତ ଦିନରେ ଯେଉଁ ସରକାର ଚାଲିଥିଲା ସଂପୣକ୍ତ ସ୍ଥାନୀୟ ନେତା ମାନଙ୍କ ଉଦାସୀନତା କାରଣରୁ କିଛି
ଏଥିରେ ସୁଧାର ଆସିପାରିଲା ନାହିଁ।
ଏବେ ଓଡ଼ିଶାରେ BJP ସରକାର ଗଠନ ହେଲା ପରେ ସ୍ଥାନୀୟ ଯୁବ ନେତା ବିଧାୟକ SJKT ଟଙ୍କଧର ତ୍ରିପାଠୀ ଶିଳ୍ପ ମନ୍ତ୍ରୀ ଙ୍କୁ ଭେଟି ଏ ସମସ୍ୟା ସଂପର୍କ ରେ ଅବଗତ କରାଇବାରୁ ମନ୍ତ୍ରୀ ମହୋଦୟ ଏହାର ପୁନରୁଦ୍ଧାର କରି ପୁନଃ ପ୍ରଦୂଷଣ ମୁକ୍ତ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଛନ୍ତି ଏ କଥା ସ୍ଥାନୀୟ ବିଧାୟକ ଶ୍ରୀ ତ୍ରିପାଠୀ ସାର୍ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି।ଏଥିରେ ପୁଣି ୩୦/୪୦ହଜାର ଲୋକ ନିଯୁକ୍ତି ପାଇ ପାରିବେ।
