କେବଳ ଦଳ ନୁହେଁ, ଦଳୀୟ ପ୍ରାର୍ଥୀ ଚୟନ ବି ରଖିଥାଏ ଅନେକ ଗୁରୁତ୍ୱ !
ନୂଆପଡ଼ା ଉପ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ଦଳୀୟ ପ୍ରାର୍ଥୀଙ୍କୁ ନେଇ ଯେଉଁ ସବୁ କଳ୍ପନା ଜଳ୍ପନା ଲାଗି ରହିଥିଲା,ତାହାର ଅନ୍ତ ଘଟିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। କଂଗ୍ରେସରୁ ଘାସିରାମ ମାଝୀ, ବିଜେପିରୁ ଜୟ ଢୋଲକିଆ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ିରୁ ସ୍ନେହାଙ୍ଗିନୀ ଛୁରିଆ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଆସିଯାଇଛନ୍ତି। ହେଲେ ଯାହା ଶୁଣିବାକୁ ମିଳୁଛି, ବିଜେପି ଶ୍ରୀ ଢୋଲକିଆଙ୍କୁ ଦଳରେ ସାମିଲ କରି ନିର୍ବାଚନ ରଣନୀତିରେ କିଛିଟା ଆଗରେ ରହିଥିବା ବେଳେ, କଂଗ୍ରେସ ଘାସିରାମଙ୍କ ଉପରେ ପୁରା ଭରସା ରଖିଛି, ଅନ୍ୟପଟେ ବିଜେଡ଼ି ଖେଳିଛି ମହିଳା କାଡ , ଯେଉଁଥିରେ ଆଶାୟୀଙ୍କ ଭିତରେ ନଥାଇ , ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଲୋକ ନ ହୋଇ ଗତ ସାଧାରଣ ନିର୍ବାଚନରେ ପାଖାପାଖି ତିରିଶ ହଜାର ଭୋଟରେ ହାରି ମଧ୍ୟ ଶ୍ରୀମତୀ ଛୁରିଆ ଟିକେଟ ନେବାରେ ବାଜିମାତ କରିଛନ୍ତି। ତେବେ ଗତ ସାଧାରଣ ନିର୍ବାଚନରେ ବିଜେଡିର କିଛି ନିର୍ବାଚନ ମଣ୍ଡଳୀରେ ତୃଟିପୂର୍ଣ୍ଣ ଟିକେଟ ଚୟନ ଯୋଗୁଁ କିଛି ଆସନ ହରାଇଥିବା କଥା ମନରୁ ଲିଭି ନଥିବା ବେଳେ, ତ୍ରିମୁଖୀ ଲଢେ଼ଇ ସମ୍ଭାବନା ସହ ନୂଆପଡ଼ା ବାସୀ ଶ୍ରୀମତୀ ଛୁରିଆଙ୍କୁ କେତେଦୂର ଗ୍ରହଣ କରିବେ ଏବେ ଠୁ ଚର୍ଚ୍ଚା ଜୋର ଧରିବା ଆରମ୍ଭ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି।।।
