ପୁରୁଷ ଏବଂ ମହିଳା ସାଧାରଣ ଔଦ୍ୟୋଗିକ ବିକାଶ କାର୍ଯ୍ୟକ୍ରମ (ଫାଷ୍ଟ ଫୂଡ଼)ର ତାଲିମ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି।
ଗଜପତି (ଟିକି ଲିମା)
ଏହି ୬ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଲୋବା ଗ୍ରାମ ପଂଚାୟତର କେକିସିଙ୍ଗ ଗ୍ରାମରେ ଅନୁଷ୍ଠିତ ହେଉଅଛି । ଏଥିରେ ମୋଟ 35 ଜଣ ପୁରୁଷ ଏବଂ ମହିଳା ତାଲିମରେ ଉପସ୍ଥିତ ଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ସଭାପତିତ୍ୱ କରିଥିଲେ ତଥା ଲୋବା ଗ୍ରାମ ପଂଚାୟତର ଏମବିକେ କୁମାରୀ ସସ୍ମିତା ମଣ୍ଡଳ ମହୋଦୟା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ପୁରୁଷ ଏବଂ ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାଭଲମ୍ବୀ ଭାବେ ରୋଜକାରୀକ୍ଷମ ଉଦ୍ୟୋଗୀ ହୋଇପାରିବେ । ଏହି ସଭାରେ ଅନୁଷ୍ଠାନର ସାଧାରଣ ଔଦ୍ୟୋଗିକ ବିକାଶ କାର୍ଯ୍ୟକ୍ରମ (ଫାଷ୍ଟ ଫୂଡ଼)ର ତିଆରି ପ୍ରଶିକ୍ଷିକା ଶ୍ରୀମତୀ ସସ୍ମିତା ପାତ୍ର ଏବଂ କୁମାରୀ ଲଳିତା ମାଝୀ,ଅଫିସ ଆସିଷ୍ଟାଣ୍ଟ, ଶ୍ରୀମତୀ ସରସ୍ବତୀ ମଣ୍ଡଳ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l ପ୍ରଧ୍ୟାପକ ଶ୍ରୀମାନ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ
