* *ନୂଆପଡ଼ା କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ପୁଣି ଥରେ ଗସ୍ତ, ମହା ମିଶ୍ରଣ ପର୍ବ ରେ ସାମିଲ,*
*
ନୂଆପଡା (ମିଖାଏଲ ନନ୍ଦ)
* ନୂଆପଡ଼ା ଜିଲ୍ଲା ଗୌତମା ଏୟାର ଷ୍ଟ୍ରିପ ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିବା କାର୍ଯ୍ୟକ୍ରମ ରହିଅଛି। ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରସ୍ତୁତି ଆରମ୍ଭ ହୋଇଅଛି। ସଙ୍ଗଠନ ଓ ସେବା ଏବଂ ଭାରତୀୟ ଜନତା ପାର୍ଟି ବିଚାର ରେ ଅନୁପ୍ରାଣିତ ହୋଇ ମହା ମିଶ୍ରଣ ପର୍ବ ରେ ସାମିଲ କରିବେ। ମୁଖ୍ୟମନ୍ତ୍ରୀ ଯୋଗ ଦେବା କାର୍ଯ୍ୟକ୍ରମ ଚୂଡ଼ାନ୍ତ ବୋଲି ଜିଲ୍ଲା ନୋଡାଲ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପ ନିର୍ବାଚନ କୁ ଶୀର୍ଷ ନେତୃତ୍ଵଙ୍କ ନଜର ଥିବା ସହ ଜିଲ୍ଲା କୁ ସମଗ୍ର ଭାରତର ବର୍ଷ ପରିଚିତ ହେବା, ବିକଶିତ ଏବଂ ବିକାଶ ହେବ ବୋଲି ରାମ ଚନ୍ଦ୍ର ସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସି ମହା ମିଶ୍ରଣ ପର୍ବ ରେ ସାମିଲ ହେବା ସହ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ସୁରକ୍ଷା ବ୍ୟବସ୍ଥା କୁ ଜିଲ୍ଲା ପୋଲିସ ଉଚ୍ଚ ସ୍ତରୀୟ ଅଧିକାରୀ ମାନେ ତଦନ୍ତ କରି ଆବଶ୍ୟକ ବ୍ୟବସ୍ଥା ହାତକୁ ନେଇଛନ୍ତି।ଦେଖୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଗସ୍ତ ଏକ ରକମ ରେ ଚୂଡ଼ାନ୍ତ ।
