*ମଦ କୋଟି ଉଚ୍ଛେଦ ନେଇ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପାୱାରତୋଳା ଗ୍ରାମ ମହିଳା ଙ୍କ ଦାବୀ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ବିଭିନ୍ନ ସ୍ଥାନ ରେ ଅବକାରୀ ବିରୋଦ୍ଧି କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଛତିଶଗଡ ସିମାବର୍ତ୍ତି ଅଞ୍ଚଳ ରେ ମଧ୍ୟ ବିକାଳୀ ମାନେ ବିରୋଧ କରିଥିବା ନାଗରିକଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରି ସମସ୍ୟା ସମ୍ମୁଖୀନ କରୁଛନ୍ତି। ପାୱାରତୋଳା ଗ୍ରାମର ୪ ଜଣ ବ୍ୟକ୍ତି ମଦ ବିକ୍ରି କରି ଗ୍ରାମରେ ଅଶାନ୍ତି ବାତାବରଣ ସୃଷ୍ଟି କରୁଛନ୍ତି। ଫଳ ରେ ପରିବାର ରେ ଶାନ୍ତି ହଜି ଯାଉଥିବା ବେଳେ ପରିବାରରେ ମହିଳା ହିଂସା ଏବଂ ଘରୋଇ କଲହ ମଧ୍ୟ ବୃଦ୍ଧି ହେଉଅଛି। ଗତ ୨୨ ତାରିଖ ଦିନ ଗ୍ରାମର ୧୭ ଜଣ ବ୍ୟକ୍ତି ମହିଳା ଓ ପୁରୁଷ ଙ୍କ ନାମରେ ଧରମବନ୍ଧା ବେଥାନା ରେ ମିଥ୍ୟା ମାମଲା ରୁଜୁ କରିଛନ୍ତି। ଆଜି ଶତାଧିକ ମହିଳା ଓ ପୁରୁଷ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଏକ ରେଲି ଆସି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ତିନି ଦଫା ଦାବୀ ଦେଇଥିବା ବେଳେ ମିଥ୍ୟା ମାମଲା ର ପ୍ରତ୍ୟାହାର, ମିଥ୍ୟା ଅଭିଯୋଗ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ପାୱରତୋଲା ଗ୍ରାମରେ ମଧ୍ୟ ବିକ୍ରି ବନ୍ଦ କରିବାକୁ ଆହ୍ବାନ କରିଛନ୍ତି। ଏହାଦ୍ବାରା ମହିଳା ହିଂସା ହେବା ସହ ପରିବାର ଆର୍ଥିକ ମାନଦଣ୍ଡ ଉପରେ ସିଧା ସଳଖ ପ୍ରଭାବିତ। ମହିଳା ମାନେ ଅଭିଯୋଗ କରିଛନ୍ତି। ଦାବୀ ପୁରାଣ ନହେଲେ ଆଗାମୀ ଦିନରେ ରେ ଆନ୍ଦୋଳନ ଏବଂ ଭୋଟ ବର୍ଜନ କରିବେ ଚେତାବନୀ।
