କଳାହାଣ୍ଡି…… ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହେଇଛି। ଯୁବକ ଜଣକ ରାତି ଆତ୍ମହତ୍ୟା କରିଥିବା ସଦୃଶ ହେଉଛି। ମୃତଦେହ ଦେଖି ଗ୍ରାମବାସୀ ସଦର ଥାନାକୁ ଖବର ଦେଇଥିଲେ। ରେଳ ଧାରଣା ଉପରେ ମୃତଦେହ ପଡ଼ିଥିବାରୁ କେଶ୍ ଟି ରେଳବାଇ ପୋଲିସ ତଦନ୍ତ କରିବା ନେଇ ସଦର ଥାନାଧିକାରୀ ସୂଚନା ଦେଇଛନ୍ତି। ସକାଳ ୮ଟା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ସଦର ଥାନା ପୋଲିସ କିମ୍ବା ରେଳବାଇ ପୋଲିସ ପହଂଚି ନାହିଁ।
