ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ୧୨୩ ତମ ଜନ୍ମ ଜୟନ୍ତୀ
ଭବାନୀପାଟଣା, (କିଶନ ଶର୍ମା)- ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ୧୨୩ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି। ଏହି ପୂଣ୍ୟ ତିଥିର ଶ୍ରଦ୍ଧାଞ୍ଜଳୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ପରମେଶ୍ୱର ମୁଣ୍ଡ ଅଧ୍ୟକ୍ଷତା କରିଥିବାବେଳେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ସଂପାଦକ ସତ୍ୟନାରାୟଣ ସିଂହ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଜନନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋଚନା କରିବା ସହ ନିଜର ଅଭିଜ୍ଞତାକୁ ଉପସ୍ଥାପନା କରିଥିଲେ। ଶ୍ରୀ ସିଂହ ଜୟ ପ୍ରକାଶ ନାରାୟଣଙ୍କ “ସମ୍ପୂର୍ଣ୍ଣ ଆନ୍ଦୋଳନ ଓ ଏହାର ଲକ୍ଷ୍ୟ” ଉପରେ ନିଜ ମତ ଉପସ୍ଥାପନ କରିଥିଲେ। ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ସଭାକୁ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଶୁଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଫାଲଗୁନୀ ପ୍ରଧାନୀ, ପୁରିତ ରଣା, ମୀନକେତନ ସାହୁ, ମିକୁମିକ୍ସ ନିଆଲ ଓ ମନ୍ଦାକିନୀ ପ୍ରଧାନ ସହଯୋଗ କରିଥିଲେ।
