ବାଘ କୁ ନେଇ ଭୟଭିତ ଗ୍ରାମ ବାସି।
ଢେଙ୍କାନାଳ- ଢେଙ୍କାନାଳ ବନଖଣ୍ଡ ମହାବିରୋଜ ସେକ୍ସନ-୧ ଅନ୍ତର୍ଗତ କୁଟୁରିଆ ପଞ୍ଚାୟତ ମଦରଙ୍ଗା ମୁଣ୍ଡା ଗ୍ରାମରେ ବାଘ ଆତଙ୍କ ସୃଷ୍ଟି କରିଛି। ବାଘକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଗ୍ରାମବାସୀ ରାତିସାରା ଠେଙ୍ଗା ବାଡି ଧରି ବାଘକୁ ଜଗି ରହିଛନ୍ତି । ଗତକାଲି ଗ୍ରାମର କେତେକ ବ୍ୟକ୍ତି ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିଲେ । ଜଙ୍ଗଲରେ ଘୁରି ବୁଲୁଥିବା ବାଘଟି ହଠାତ ଏକ ଗୋରୁକୁ ଆକ୍ରମଣ କରିଥିଲା । ଲୋକେ ପାଟି କରିବାରୁ ଗୋରୁକୁ ଛାଡି ବାଘ ଜଙ୍ଗଲକୁ ପଳାଇ ଯାଇଥିଲା I ଜଙ୍ଗଳରେ ବାଘ ଥିବାରୁ ଗ୍ରାମବାସୀ ଭୟ ଓ ଆତଙ୍କରେ କାଳାତିପାତ କରୁଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ପ୍ରହରା ଦେବା ସହ ଲୋ କ ଙ୍କୁ ସଚେତନ କରୁଛନ୍ତି | ଘରୁ ଜଙ୍ଗଲ କୁ ନଯିବା ପାଇଁ ବାରଣ କରିଛନ୍ତି। ପ୍ରକାଶ ଯେ, ଗତକାଲି ଢେଙ୍କାନାଳ ବନଖଣ୍ଡରେ ଏକ ବାଘ ଘୁରି ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା। ବନ ବିଭାଗ ଖୋଜଖବର ନେଇଥିଲେ ମଧ୍ୟ ବାଘର ସ୍ଥିତି ନେଇ କୌଣସି ଠୋସ ସୂଚନା ପାଇପାରିନଥ୍ଲା । ମଦରଙ୍ଗା ମୁଣ୍ଡା ଗ୍ରାମର କେତେଳ ଅବାସୀ ଗୋରୁ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ସେମାନେ ଗୋରୁ ଚରାଉଥିବାବେଳେ ହଠାତ ବାଘଟି ଗୋଟିଏ ଗୋରୁ ଉପରକୁ ଝାମ୍ପ ମାରିଥିଲା। ଗୋରୁ ଚରାଳିମାନେ ଜୋରରେ ଚିତ୍କାର କରିବାରୁ ବାଘଟି ଗୋରକୁ ଛାଡି ଜଙ୍ଗଲକୁ ପଳାଇଯାଇଥିଲା। ଗ୍ରାମଟି ଜଙ୍ଗଲ ଭିତରେ ରହିଥିବାରୁ ଗ୍ରାମବାସୀ ବାଘକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ସେ ବାଘର ପାଦ ଚିହ୍ନ ନମୁନା ସଂଗ୍ରହ କରି ଫରେନସିକ ପରୀକ୍ଷାଗାରକୁ ପଠାଇଛନ୍ତି । ରିପୋର୍ଟ ଆସିବା ପରେ ବାଘର ସଠିକ ସୂଚନା ମିଳିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ ମହାବିରୋଡ ବନାଞ୍ଚଳରେ ବାଘ ଦେଖୁବାକୁ ମିଳିଥିଲା। ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ିଥିବା ଚିତା ବାଘକୁ ବନ ବିଭାଗ ଉଦ୍ଧାର କରିଥିଲା I ପୁଣି ଥରେ ବାଘ ବାହାରିବା ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ସୁରକ୍ଷା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ମହାବିରୋଡ ବନାଞ୍ଚଳର ଘଞ୍ଚ ଜଙ୍ଗଲ ଭିତରେ ଗ୍ରାମଟି ଅବସ୍ଥିତ ଥିବାରୁ ପ୍ରତ୍ୟେକ ସମୟରେ ଜଙ୍ଗଲ ଜନ୍ତୁଙ୍କ ଭୟ ରହୁଥିବା ବେଳେ ବାଘ ଖବର ଶୁଣିବା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ରିପୋର୍ଟ ଗୋକୁଳାନନ୍ଦ ବେହେରା
