*ନୂଆପଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ଙ୍କ ସାମ୍ବାଦିକ ସମ୍ମିଳନୀ, ଗଣତନ୍ତ୍ରର ସୁରକ୍ଷା ସହିତ ନିରପେକ୍ଷ ନିର୍ବାଚନ, ପାଞ୍ଚ ଗୋଟି ନ୍ୟାୟ ନେଇ ଲୋକଙ୍କ ପାଖକୁ ଯିବାକୁ ଆହ୍ବାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ ଗଣତନ୍ତ୍ରର ସୁରକ୍ଷା ସହିତ ନିରପେକ୍ଷ ନିର୍ବାଚନ କରିବା ପାଇଁ ଆହ୍ବାନ କରିଛନ୍ତି। ଆଜି ସମସ୍ତେ ନ୍ୟାୟ ମାଗିଥିବା ବେଳେ ପାଞ୍ଚ ଗୋଟି ନ୍ୟାୟ ନେଇ ଲୋକଙ୍କ ପାଖକୁ ଯିବାକୁ କହିଛନ୍ତି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝୀ ଏବଂ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ପ୍ରମୁଖ ଯୋଗ ଦେଇଥିଲେ। ମାଝୀଙ୍କୁ ପ୍ରାର୍ଥୀ କରିଥିବା ରୁ କଂଗ୍ରେସ ନେତୃତ୍ବ ଙ୍କୁ କୃତଜ୍ଞତା ଜଣାଇବା ସହ ଦଳୀୟ ପ୍ରାର୍ଥୀ ହୋଇଥିବା ମାଝୀ ନୂଆପଡ଼ା ବିଧାନସଭା ରେ ପାଞ୍ଚ ଥର ନିର୍ବାଚନ ମଇଦାନ ରେ ଅବତରଣ ହୋଇଥିବା ବେଳେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ରୁ ନୂଆପଡ଼ା ସମସ୍ୟା ନେଇ ଯୁବକ ଅବସ୍ଥା ରୁ ଆଜି ପର୍ଯ୍ୟନ୍ତ ସଂଗ୍ରାମ କରିଆସୁଛନ୍ତି। ସେହି ବ୍ୟକ୍ତି ନୂଆପଡ଼ା ନିର୍ବାଚନ ମଣ୍ଡଲୀ ଏବଂ ଜିଲ୍ଲା କୁ ନ୍ୟାୟ ଦେଇପାରିବ ବୋଲି କହିଥିଲେ। ଶିକ୍ଷା ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଆବଶ୍ୟକ ରହିଅଛି। ଏହି ସବୁ ବିଷୟ ନେଇ ନିର୍ବାଚନ ମଇଦାନ ରେ ଅବତରଣ କରିବେ ବୋଲି କହିଛନ୍ତି।
