*ନୂଆପଡ଼ା ଜିଲ୍ଲା ଖଡିଆଳ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପରିସର ମଧ୍ୟରେ ଜାତୀୟ ଅଗ୍ନି ସୁରକ୍ଷା ସପ୍ତାହ ପାଳିତ, ମକ ଡ୍ରିଲ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପରିସର ମଧ୍ୟରେ ଜାତୀୟ ଅଗ୍ନି ସୁରକ୍ଷା ସପ୍ତାହ ପାଳିତ, ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଅଛି। ଅଗ୍ନିଶମ୍ ବିଭାଗ ପକ୍ଷ ରୁ ଆସି ମକଡ୍ରିଲ୍ କରି ଅଗ୍ନି ଉପରେ ଆୟତ୍ତ ପାଇବା ର ବିଭିନ୍ନ ଉପାୟ ଉପରେ ରଣ କୌଶଳ ପ୍ରଦର୍ଶନ କରିଥିଲେ। ବିଦ୍ୟୁତ୍ ବିଭାଗ ଲାଇନ୍ କର୍ମଚାରୀ ମାନେ ଆସି ବିଭିନ୍ନ ଉପାୟ ତାଲିମ ନେଇଥିବା ବେଳେ ବିଦ୍ୟୁତ୍ ଅଗ୍ନି କୁ ଆୟତ୍ତ ପାଇବା ବିଭିନ୍ନ ଉପାୟ କହିଥିଲେ। ଗ୍ୟାସ ଏବଂ ରାସାୟନିକ ପାଉଦ ଦ୍ବାରା ବିଦ୍ୟୁତ୍ ଅଗ୍ନି ଉପରେ ଆୟତ୍ତ ମିଳିଥାଏ। କଲେ ବ୍ୟବହାର ନ କରିବାକୁ ଆହ୍ବାନ କରିଥିଲେ। ଏହି କର୍ମଶାଳା ରେ ସଂଜୀବ କୁମାର ସାହୁ ଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ।
