*ଚମ୍ପୁଆ ବ୍ଲକର ୧୭ରୁ ଅଧିକ ମାଆ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ କଲେ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ*
ଚମ୍ପୁଆ :- କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ ମାଆ ଗଜଲକ୍ଷ୍ମୀଙ୍କୁ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଖୁବ୍ ଆଡମ୍ବରରେ ପୂଜା ମଣ୍ଡପ କରି ପୂଜାର୍ଚ୍ଚନା କରିବା ସହିତ ବିଭିନ୍ନ ସାସ୍କୃତିକ ତଥା ମନରଞ୍ଜନ କାର୍ଯ୍ୟକ୍ରମ କରାଯାଅଛି । ଏହି ଅବସରରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କୁ ବିଭିନ୍ନ ପୂଜା କମିଟି ତରଫରୁ ବିଶେଷ ଭାବେ ପୂଜା ମଣ୍ଡପ ଦର୍ଶନ ନିମନ୍ତେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ । ଶ୍ରୀ ତ୍ରିପାଠୀ ମଧ୍ୟ ନିମନ୍ତ୍ରଣ ସ୍ୱୀକାର କରି ମା ଲଷ୍ମୀଙ୍କ ପୂଜା ଦିବସରେ କଇଁତା ଗ୍ରାମ ଲଷ୍ମୀ ପୂଜା ମେଢ଼, ସାନ କରଞ୍ଜିଆ ଗ୍ରାମ ଲଷ୍ମୀ ପୂଜା ମେଢ଼, ଭଣ୍ଡା କଂସରା ଗ୍ରାମ ଲଷ୍ମୀ ପୂଜା ମେଢ଼, ଚିଲିକାପଶୀ ଗ୍ରାମ ଲଷ୍ମୀ ପୂଜା ମେଢ଼, କେମଡିହା ଗ୍ରାମ ଲଷ୍ମୀ ପୂଜା ମେଢ଼, ଉଚ୍ଚବାଲି ଗ୍ରାମ ଲଷ୍ମୀ ପୂଜା ମେଢ଼, ପାହାଡ଼ଭଙ୍ଗା ଗ୍ରାମ ଲଷ୍ମୀ ପୂଜା ମେଢ଼, ନନ୍ଦପୁର ଗ୍ରାମ ଲଷ୍ମୀ ପୂଜା ମେଢ଼, ନିଶାଗଡ଼ିଆ ଗ୍ରାମ ଲଷ୍ମୀ ପୂଜା ମେଢ଼ ଓ ମଥୁରାପୁର ଗ୍ରାମ ଲଷ୍ମୀ ପୂଜା ମେଢ଼ ସମେତ ୧୭ ରୁ ଅଧିକ ଗ୍ରାମର ପୂଜା ମେଢ଼ ବୁଲି ମାଆଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରି ଗ୍ରାମବାସୀ ତଥା ଏ ସମଗ୍ର ଚମ୍ପୁଆ ବାସୀଙ୍କ ଉନ୍ନତି, ଶାନ୍ତି ଏବଂ ସମୃଦ୍ଧି ନିମନ୍ତେ ମାଆଙ୍କ ପାଖେ ପ୍ରାର୍ଥନା କରିଥିବା ପ୍ରକାଶ କରିଛନ୍ତି । ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଗ୍ରାମରେ ମାଆଙ୍କ ସୁନ୍ଦର ମୂର୍ତ୍ତୀ, ମେଢ଼ ଏବଂ ସାଜସଜ୍ଜା ଖୁବ୍ ସୁନ୍ଦର ହୋଇଥିବା ଦେଖିବାକୁ ମିଳିଥିଲା ଯାହା ଶ୍ରୀ ତ୍ରିପାଠୀ ମତ ରଖିଛନ୍ତି ଏବଂ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କୌଣସି ମନାନ୍ତର ନରଖି ସମସ୍ତ ଭାଇ ଓ ଭଉଣୀ, ମା ମାଉସୀ ଏକତ୍ରିତ ହୋଇ ବିଭିନ୍ନ ପ୍ରକାରର ପୂଜା,ସଂସ୍କୃତୀକି କାର୍ଯ୍ୟକ୍ରମ କଲେ ସମାଜର ମଙ୍ଗଳ ହେବା ସହିତ ଚମ୍ପୁଆର ଉନ୍ନତି ହେବା କଥା ତାଙ୍କ ଅଭିଭାଷଣରେ ରଖିଥିଲେ l ଶ୍ରୀ ତ୍ରିପାଠୀ ସବୁବେଳେ ଲୋକଙ୍କ ବିଭିନ୍ନ ସୁବିଧା ଅସୁବିଧାରେ ସାମିଲ ହୋଇ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ ସର୍ବଦା ତତ୍ପରତା ଦେଖାଇ ଆସିଥିବା ସମାଜସେବୀ ଶ୍ରୀ ତ୍ରିପାଠୀଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ କରିବା ତାଙ୍କ ପ୍ରତି ଲୋକଙ୍କ ରହିଥିବା ବିଶ୍ବାସ, ଭରଷା ତଥା ଶ୍ରଦ୍ଧା ଓ ଆତ୍ମୀୟତାକୁ ସୂଚାଇ ଦେଇ ଥାଏ ଏବଂ ଶ୍ରୀ ତ୍ରିପାଠୀଙ୍କ ଲୋକପ୍ରିୟ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବଢିବାକୁ ଲାଗିଛି ।
