*ନୂଆପଡ଼ା ଜିଲ୍ଲା କୁ ଆସନ୍ତା କାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗସ୍ତ, ଗସ୍ତ ନେଇ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟ ଥିବା ଜିଲ୍ଲାପାଳ ପ୍ରକାଶ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କୁ ଆସନ୍ତା କାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗସ୍ତ କରିବା କାର୍ଯ୍ୟକ୍ରମ ରହିଅଛି। ଏହି ଗସ୍ତ ନେଇ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟ ଥିବା ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରକାଶ କରିଛନ୍ତି। ଜିଲ୍ଲାର ୨୦ ହଜାର ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କୁ ଶୁଣିବା ସହ ବିକଶିତ ନୂଆପଡ଼ା ବିକଶିତ ଓଡ଼ିଶା ର ବାର୍ତ୍ତା ଶୁବିବେ। ଏକାଧିକ ବିଭାଗୀୟ ମନ୍ତ୍ରୀ ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଅଛି। ନୂଆପଡ଼ା ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଅଧିକ ଭଲ ପାଉଥିବା ବେଳେ ଏହି ଗସ୍ତରେ ଜିଲ୍ଲା ପାଇଁ ଅନେକ ଉପହାର ମଧ୍ୟ ରହି ପାରେ ବୋଲି ରାଜନୀତିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି।
