ମଧୁପୁର ଫରେଷ୍ଟରଙ୍କ ଦବଙ୍ଗ ଗିରି
କଟକ ବନଖଣ୍ଡ ଅଧିନସ୍ଥ ବୈରୀ-ତାଳଯୋଡ଼ା ବନାଞ୍ଚଳ ରେ ରହିଅଛି ମଧୁପୁର ଗଡ଼ ବନ ବିଭାଗ। ଯାଜପୁର ଜିଲ୍ଲାରେ ମଧୁପୁର ବନ ବିଭାଗ ସବୁବେଳେ ତାର କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଥାଏ। ଏହା ଅଧୀନରେ ଡଙ୍କାରୀ, ରାହାଡ଼ ପୁର, ବିଛାଖଣ୍ଡି, କୁସୁନପୁର ପରି ବହୁ କଳାପଥର ଗଛିତ ପାହାଡ଼। ଯେଉଁଠାରେ ଦିନରାତି ଚାଲେ ବିନା ଲିଜ କଲା ପଥର ଖାଦାନ। ନେତାଙ୍କ ଠୁ ନେଇ ଅଫିସର ସମସ୍ତେ ଏଠାରୁ ଭଲ ମୋଟା ଅଙ୍କର ଦିପଇସା ମାସିକିଆ ପାଇଥାନ୍ତି ବୋଲି ଶୁଣିବାକୁ ମିଳେ। ବନ୍ୟ ଯନ୍ତୁ ଶିକାର ହେଉ ଅବା ଆକ୍ରମଣ, ସଂରକ୍ଷିତ ଜଙ୍ଗଲରୁ ମୋହରମ ଉତ୍ତୋଳନ ହେଉ ଅବା କଳାପଥର ଉତ୍ତୋଳନ ସବୁକିଛି ଘଟିଥାଏ ମଧୁପୁର ବନବିଭାଗ ଆଖି ଆଗରେ। କୁମ୍ଭକର୍ଣ ନିଦରେ ଶୋଇଥିବା ଭଳି ମନେ ହୁଏ ଏହିଠାରେ ଥିବା ବନବିଭାଗ। ମାସର ଅଧିକାଂଶ ସମୟରେ ଅଫିସ ଘରେ ତାଲା। ବନ କର୍ମଚାରୀଙ୍କୁ ବନପାଳ ସାର କୁଆଡେ ଯାଇଛନ୍ତି ପଚାରିଲେ, ସାର ନାହାନ୍ତି କୁଆଡେ ଯାଇଛନ୍ତି ଆମେ ଜାଣିନୁ ବୋଲି ସବୁବେଳେ ଉତ୍ତର ମିଳେ। ଯଦି କେବେ ସାକ୍ଷାତ ହୁଏ ସେତେବେଳେ ସିଏ ସରକାରୀ ପୋଷାକରେ ନଥାନ୍ତି।ଯଦି ଫୋନରେ ଯୋଗାଯୋଗ ହୁଏ ତେବେ ପ୍ରଶ୍ନ ଶୁଣୁଶୁଣୁ ଉତ୍ତର ବଦଳରେ ଧମକ ଦିଅନ୍ତି ତମ ପରି କେତେ ସାମ୍ବାଦିକ ମୁଁ ଦେଖିଛି, ଓଟିଭି, ଅର୍ଗସ କୁ ତ ମୁଁ ଡରେନି ଆଉ ତମେ କିଏ? ବାବୁଙ୍କର କାଳେ ନିଶା ଟିକେ ଅଧିକ ରହେ। ପଥର ମାଫିଆ, ମୋହରମ ମାଫିଆ, କାଠ ମାଫିଆ ଙ୍କ ସଙ୍ଗେ ଆଙ୍କର କାଳେ କ୍ଷୀରନୀର ଭଳି ସମ୍ପର୍କ ଥିବାର ଶୁଣିବାକୁ ମିଳୁଛି। ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ସନମାନ ଦିଅନ୍ତି ନାହିଁ ବୋଲି ଅଭିଯୋଗ ହୁଏ।
ଧର୍ମଶାଳା ପ୍ରତିନିଧି କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
