*ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଘାଟିରେ ଭାରସାମ୍ୟ ହରାଇ ଓଳଟିପଡ଼ିଲା ପିକଅଫ୍ ଭ୍ୟାନ, ତିନି ଆହତ ଙ୍କୁ ଉଦ୍ଧାର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ସୁନାବେଡ଼ା ଘାଟିରେ ଭାରସାମ୍ୟ ହରାଇ ଓଳଟିପଡ଼ିଲା ପିକଅଫ୍ ଭ୍ୟାନ ତିନି ଆହତ ଙ୍କୁ ଉଦ୍ଧାର କରି କରିଛନ୍ତି। ତିନି ଆହତଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଛନ୍ତି । ଆଜି ସକାଳେ କୋମନା ବ୍ଲକ ଲର୍କି ଗାଁର ୨୦ ରୁ ଉର୍ଦ୍ଧ୍ବ ଲୋକ ଏକ ପିକ୍ ଅଫ୍ ଭ୍ୟାନ ଗାଡ଼ିରେ ମାଁ ସୁନାଦେଈଙ୍କ ମନ୍ଦିରକୁ ପୁଜା ପାଇଁ ଯାଉଥିଲେ। ହେଲେ ସୁନାବେଡ଼ା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡ଼ିଛି । ଯାଫଳରେ ତିନି ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଛି ।
